ୟୁକେ ଷ୍ଟ୍ରେନକୁ ରୋକୁଛି ସ୍ୱଦେଶୀ ଟିକା କୋଭାକ୍ସିନ: ଆଇସିଏମଆର ଗବେଷଣାରୁ ହେଲା ସ୍ପଷ୍ଟ; ଶରୀରରେ ବିକଶିତ ହେଉଥିବା ଆଂଟିବଡିକୁ ରୋକିବାରେ ହେଉଛି ସମର୍ଥ

109

କନକ ବ୍ୟୁରୋ: ବ୍ରିଟେନ ଷ୍ଟ୍ରେନ ବିରୋଧରେ ଭଲ କାମ କରୁଛି ସ୍ୱଦେଶୀ ଟିକା । ବ୍ରିିଟେନ ଷ୍ଟ୍ରେନକୁ ନିୟନ୍ତ୍ରଣ କରିପାରୁଛି କୋଭାକ୍ସିନ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ କରିଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି । କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ଗବେଷଣା ପରେ ଏହି ତଥ୍ୟ ଦେଇଛି ଆଇସିଏମଆର ।

ତେବେ ଏହି ଗବେଷଣାରୁ ଜଣାପଡିଛି ଯେ, କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଶରୀରରେ ବିକଶିତ ହେଉଥିବା ଆଂଟି ବଡି ବ୍ରିଟେନ ଷ୍ଟ୍ରେନକୁ ରୋକିବାରେ ସମର୍ଥ ହେଉଛି । ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଭାରତ ସରକାର ।