ଆଇଏଏସ ହେବେ ନା ଆଇପିଏସ ? ରାଙ୍କିରୁ ନୁହେଁ ବରଂ ବ୍ୟବହାରିକ ଜ୍ଞାନରୁ ବି ଚୟନ ହେବେ ଆଶାୟୀ !

829

କନକ ବ୍ୟୁରୋ: ୟୁପିଏସସିର ସିଭିଲ୍ ସର୍ଭିସେସ ପରୀକ୍ଷାରେ ଏଣିକି ଆଶାୟୀପ୍ରାର୍ଥୀଙ୍କ କ୍ୟାଡର ସ୍ଥିର କରିବାର ତାରିଖ ବଦଳିପାରେ । ଏଣିକି ୟୁପିଏସସିରେ ରାଙ୍କିଂ ହିସାବରେ ନୁହେଁ ବରଂ ଆଶାୟୀପ୍ରାର୍ଥୀଙ୍କ ଲିଡରସିପ୍ ଆପ୍ରୋଚ ଏବଂ ଅନ୍ୟାନ୍ୟ କ୍ଷମାତା ହିସାବରେ ସେମାନଙ୍କର କ୍ୟାଡର ଧାର୍ଯ୍ୟ କରାଯିବ ।

ଡିପାର୍ଟମେଂଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ(ଡିଓପିଟି ) ସୂଚନା ଅନୁସାରେ, ଖୁବ୍ ଶୀଘ୍ର ହିଁ ମୋଦି ସରକାର ୟୁପିଏସସି ସିଭିଲ୍ ସର୍ଭିସେସରେ ଏଭଳି ଏକ ବଡ ଧରଣର ପରିବର୍ତ୍ତନ ଆଣିବା ନେଇ ବିଚାର ବିମର୍ଷ କରୁଛନ୍ତି । ପିଏମଓ ପକ୍ଷରୁ ଡିଓପିଟିକୁ ସହ ଏସଂକ୍ରାନ୍ତରେ ଏକ ରିପୋର୍ଟ ମଧ୍ୟ ମଗାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ,  କେନ୍ଦ୍ର ସରକାର ଡିଓପିଟିକୁ ବି ଦୁଇ ଭାବରେ ବାଂଟିବାକୁ ଚାହୁଁଛନ୍ତି । ଯାହାଦ୍ୱାରା କାର୍ମିକ ମାମଲା ଏବଂ ପ୍ରଶିକ୍ଷଣକୁ ସମ୍ଭାଳିବା ପାଇଁ ଦୁଇଟି ପୃଥକ ପୃଥକ ବିଭାଗ ରହିବ । ଡିଓପିଟି  ତରଫରୁ ମିଳିଥିବା ସୂଚନା ମୁତାବକ,  ସରକାରଙ୍କ ବିଚାର ପାଠ୍ୟକ୍ରମର ତୂଳନାରେ ପରିବର୍ତ୍ତିତ ସମୟର ଅନୁକୂଳ ହେବା ପାଇଁ ଉଭୟ ପ୍ରଶିକ୍ଷଣ ଏବଂ ବ୍ୟକ୍ତିଗତ ଦକ୍ଷତା ଉପରେ ଦୃଷ୍ଟି ଆକର୍ଷଣ କରୁଛି ।

ଏଠାରେ ଆମେ କହି ରଖୁଛି କି, ସାଧାରଣ ନିର୍ବାଚନ ପୂର୍ବରୁ ସିଭିଲ ସର୍ଭିସେସ ପରୀକ୍ଷାରେ ପରିବର୍ତ୍ତନ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆଉ ଯେତେବେଳେ ପ୍ରସ୍ତାବ ଆସିଥିଲା କି, ସିଭିଲ୍ ସର୍ଭିସେସରେ ସଫଳ ଆଶାୟୀପ୍ରାର୍ଥୀଙ୍କୁ ଫାଉଣ୍ଡେସନ କୋର୍ସ ଶେଷ କରି ସେଥିରେ ମିଳିଥିବା ନମ୍ବରକୁ ଆଧାର କରି ରାଜ୍ୟ ଏବଂ ସର୍ଭିସ କ୍ୟାଡର ସ୍ଥିର କରାଯିବ । ଯାହାକୁ ନେଇ ସେ ସମୟରେ ଅନେକ ବିବାଦ ସୃଷ୍ଟି ହୋଇଥିଲା ଆଉ ଏହାକୁ ନେଇ ସରକାର ସଫେଇ ରଖିଥିଲେ କି, ବର୍ତ୍ତମାନ କେବଳ ଏହି ପ୍ରସ୍ତାବ ଉପରେ ବିଚାର କରାଯାଉଛି ବୋଲି ।

କଣ ବଦଳିବ

ତେବେ ଏହି ପ୍ରସ୍ତାବରେ କୁହାଯାଇଛି କି, ମୋଦି ସରକାର ସିଭିଲ୍ ସର୍ଭିସେସ ପରୀକ୍ଷାର ବହୁ ପୁୁରୁଣା ସିଷ୍ଟମରେ ବଡ ଧରଣର ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି ।  ତେବେ ନୂଆ ଯୋଜନା ଅନୁସାରେ, ସିଭିଲ ସର୍ଭିସରେ ସଫଳ ପ୍ରାର୍ଥୀଙ୍କୁ ପରୀକ୍ଷା ଏବଂ କ୍ୟାଡର ଦେବା ପାଇଁ ସେମାନଙ୍କର ବହି ଜ୍ଞାନ ସହିତ ହିଁ ସେମାନଙ୍କର ବ୍ୟବହାରିକ ଜ୍ଞାନ ବି ମୁଖ୍ୟ ଭୂମିକା ଗ୍ରହଣ କରିବ । ସେମାନଙ୍କ ବେସିକ୍ ଜ୍ଞାନରୁ ହିଁ ଯେଉଁ ମାର୍କ ମିଳିବ, ସେଥିରୁ ହିଁ  ନିଷ୍ପତି ନିଆଯିବ କି ସେ କେଉଁ ସେବା ଏବଂ କେଉଁ ରାଜ୍ୟକୁ ପଠାଯିବା ପାଇଁ ଯୋଗ୍ୟ ତଥା ଉପଯୁକ୍ତ ।  ବର୍ତ୍ତମାନ ସିଭିଲ୍ ସର୍ଭିସେସରେ ରାଙ୍କ ଆଧାରରେ କ୍ୟାଡର ମିଳୁଛି । ଅଧିକାଂଶ ଟପ୍ପରଙ୍କୁ ସାଧାରଣ ରୂପରେ ଆଇଏଏସ କିମ୍ବା ବଡ ବଡ ରାଜ୍ୟ କ୍ୟାଡର ରୂପରେ ମିଳିଥାଏ ।