ସହରକୁ ଆସି ଫସିଗଲା ଜଙ୍ଗଲୀ ହାତୀ । ଦନ୍ତା ହାତୀକୁ ୨ ଶହ କିଲୋମଟିର ବୁଲାଇବା ପରେ ଅଣାଗଲା ଚନ୍ଦକା ।  

265

କନକ ବ୍ୟୁରୋ: ରାଜଧାନୀରେ ବାଟବଣା ହୋଇଥିବା ଦନ୍ତା ହାତୀକୁ ଦିନ ସାରା ବୁଲାଇ ବୁଲାଇ ଶେଷରେ ଚନ୍ଦକାରେ ଅସ୍ଥାୟୀ ଭାବେ ରଖାଯାଇଛି । ବନ ବିଭାଗ କର୍ମଚାରୀଙ୍କ ତତ୍ୱବଧାନରେ ରହିଛି ଦନ୍ତା । ଗତକାଲି ବାଟବଣା ହୋଇ ରାଜଧାନୀକୁ ପଶିଆସିଥିଲା ଦନ୍ତା ହାତୀଟି । ଭୁବନେଶ୍ୱର ପାତ୍ରପଡାରୁ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ଜଙ୍ଗଲରେ ଛାଡିବାକୁ ନେଇଥିଲା ବନବିଭାଗ କର୍ମଚାରୀ । ତେବେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ହାଇୱାରେ ଏତେ ବାଟ ବୁଲେଇବା ନେଇ ପ୍ରଶ୍ନ ଉଠିଛି । ଟ୍ରାଙ୍କୁ ଲାଇଜ ହୋଇଥିବା ହାତୀ ଦିନସାରା ହାଇୱା ଉପରେ ଠିଆ ହୋଇଥିଲା । ତେଣୁ ପ୍ରଶ୍ନ ଉଠୁଛି, ହାତୀର ସ୍ୱାସ୍ଥ୍ୟବସ୍ଥା ବିଗିଡି ନାହିଁ ତ?

  • ହାଇୱାରେ ହାତୀକୁ ବୁଲାଇଲେ
  • ବୁଲେଇ ବୁଲେଇ ଆଣିଲେ ଚନ୍ଦକା

ଭୁବନେଶ୍ୱରରେ ବାଟବଣା ହୋଇଥିବା ଦନ୍ତା ହାତୀକୁ ହାଇୱାରେ ପ୍ରାୟ ୨ ଶହ କିଲୋମଟିର ବୁଲାଯିବା ପରେ ଶେଷରେ ଅଣାଯାଇଛି ଚନ୍ଦକା । କାଲି ରାଜଧାନୀର ବିଭିନ୍ନ ସ୍ଥାନ ବୁଲିବା ପରେ ହାତୀକୁ କାବୁ କରିବାକୁ ବନବିଭାଗ ନାକେଦମ ହୋଇଥିଲା । ଆଉ ପାତ୍ରପଡାରେ ଟ୍ରାଙ୍କୁଲାଇଜ ପରେ ହାତୀକୁ ଧରି ବନବିଭାଗ କର୍ମଚାରୀମାନେ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ବୁଲିଥିଲେ । ଦନ୍ତାକୁ ଖୋର୍ଧା ବନଖଣ୍ଡର ଦୁଇ ଦୁଇଟି ଜଙ୍ଗଲରେ ଛାଡିବାକୁ ନେଇ  ପ୍ରବଳ ବିରୋଧ ହେବାରୁ  ହାଇୱାରେ ବୁଲାଇ ବୁଲାଇ  ରାତିରେ ଚନ୍ଦକା ଅଣାଯାଇଛି ।  ହାତୀକୁ ବର୍ତ୍ତମାନ କୁମାରଖୁଣ୍ଟିରେ ରଖାଯାଇଛି । ବର୍ତମାନ ହାତୀ ଦୁଇଦିନ ଜଙ୍ଗର ବିଭାଗ କର୍ମଚରୀଙ୍କ ନୀରିକ୍ଷଣରେ ରହିବ । ଆଉ ଏହା ପରେ ଆବଶ୍ୟକ ପଡିଲେ ତାକୁ ଚନ୍ଦକାରେ ହିଁ ଛଡାଯିବ ।

  • କେତେ ସୁସ୍ଥ ଅଛି ହାତୀ?
  • ତଥ୍ୟ ଲୁଚାଉଛି କି ବନବିଭାଗ?

ସବୁଠାରୁ ବଡ କଥା ହେଲା,  ସହର ଭିତରକୁ ପଶିଆସିଥିବା ଦନ୍ତାହାତୀକୁ ନେଇ ବନବିଭାଗ ଓ ପୁଲିସ ସକାଳୁ ସନ୍ଧ୍ୟା ଯାଏଁ ନୟାନ୍ତ ହୋଇଛି । ଦୂରଦୃଷ୍ଟି ଅଭାବରୁ ଟ୍ରାଙ୍କୁଲାଇଜ କରାଯାଇ ହାତୀକୁ ଭୁବନେଶ୍ୱରରୁ ରଣପୁର ବନଖଣ୍ଡର ପଟିଆ ଜଙ୍ଗଲ ଓ ଭୁଷଣ୍ଡପୁର ବନଖଣ୍ଡର ନାଲସିଂ ଜଙ୍ଗଲକୁ ବୁଲାଇଥିଲେ । ଆଉ ଟ୍ରାଙ୍କୁ ଲାଇଜ ହୋଇଥିବା ହାତୀ ଦିନସାରା ହାଇୱା ଉପରେ ଠିଆ ହୋଇଥିଲା । ଗୋଡରେ ଲୁହା ଶିକୁଳି ଓ ପ୍ଲାଷ୍ଟିକ ରଶି ବନ୍ଧାଯାଇଥିଲା ।  ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପଡିବା ଆଶଙ୍କା କରି ବନ କର୍ମଚାରୀମାନେ ହାତୀ ଉପରେ ପାଣି ଢାଳୁଥିଲେ ।  ତେବେ ପରିବେଶବିତଙ୍କ କହିବା କଥା, ହାତୀ ଯେଉଁ ଜଙ୍ଗଲରୁ ଆସିଥିଲା ତାକୁ ସେଇ ଜଙ୍ଗଲରେ ଛଡାଯିବା ଉଚିତ ।

ଟ୍ରାଙ୍କୁଲାଇଜ କରି  ୨ ଶହ କିଲୋଟମିଟର ହାଇୱା ଉପରେ ହାତୀକୁ ବୁଲାଇବାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ପ୍ରଶ୍ନ ଉଠୁଛି…

  • ହାତୀର ସ୍ୱାସ୍ଥ୍ୟବସ୍ଥା ବିଗିଡି ନାହିଁ ତ?
  • ଏପାଖରୁ ସେପାଖ ନେବା ବାଟରେ  କେତେଥର ଟ୍ରାଙ୍କୁଲାଇଜ କରାଯାଇଛିି?
  • ବନବିଭାଗ କିଛି ତଥ୍ୟ ଲୁଚାଇବାକୁ ଚାହିୁଁଛି କି?
  • ପ୍ରଥମରୁ ହାତୀକୁ ଚନ୍ଦକାରେ ଛାଡିବାକୁ ନିଷ୍ପତ୍ତି ହେଲାନି କାହିଁକି?
  • ଯଦି ହାତୀକୁ ଚନ୍ଦକାରେ ଛଡାଯାଏ, ତାହାହେଲେ ସେଠାରେ ଥିବା ଅନ୍ୟ ହାତୀଙ୍କ ସହ ଖାପଖୁଆଇ ରହିପାରିବ ତ?