କନକ ବ୍ୟୁରୋ : ସୁନ୍ଦର ଦେଖା ଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ ଲାଇଟନିଂ ପଡକ୍ଟ ତଥା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀ ଚାହିଦା ବଢୁଛି । ବିଶେଷକରି ଆଫ୍ରିକା, ଏସିଆ ଏବଂ କାରବିଆନ ଦେଶଗୁଡିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାମଗ୍ରୀ ଉପରେ ବେଶ୍ ନିର୍ଭର କରନ୍ତି । ବଡ କଥା ହେଉଛି ଏସବୁ କ୍ରିମ୍ ଓ ଲୋସନରେ ମରକ୍ୟୁରୀର ମାତ୍ରା ରହୁଛି ।
ମରକ୍ୟୁରୀ ମିଶିଥିବା ଓ ନ ମିଶିଥିବା ସ୍କିନ ଲାଇଟନିଂ ପଡକ୍ଟ ବିଶେଷକରି ବାଂଲାଦେଶ, ଚୀନ, ଡୋମିନିକ୍ ରିପବ୍ଲିକ୍, ହଂକଂ, ଜାମାଇକା, ମାଲେସିଆ, ମେକ୍ସିକୋ, ପାକିସ୍ତାନ, ଫିଲିଫାଇନ୍ସ, ଥାଇଲାଣ୍ଡ, କୋରିଆ ଏପରିକି ଆମେରିକାରେ ବି ଉତ୍ପାଦନ, ବିକ୍ରି ଓ ବ୍ୟବହାର ହେଉଛି । ହେଲେ ବିଡମ୍ବନାର କଥା ଏସବୁ ଲୋସନ ବା କ୍ରିମର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି । ଏହା ସ୍କିନଠୁ ଆରମ୍ଭ କରି ଶରୀରରେ ନ୍ୟୁରୋଲୋଜିକାଲ ସମସ୍ୟା ମଧ୍ୟ ସୃଷ୍ଟି କରୁଛି । ଜର୍ମାନୀର ଫେଡେରାଲ ମିନିଷ୍ଟ୍ରି ଅଫ ଏନର୍ଭରମେଣ୍ଟ ଏକ ସର୍ଭେ କରି ଏଭଳି ରିପୋର୍ଟ ପ୍ରକାଶ କରିଛି । ୨୨ଟି ଦେଶର ଏଭଳି ସ୍କିନ ଲୋସନ ବ୍ୟବହାର କରୁଥିବା ୩୩୮ ଜଣଙ୍କ ପରୀକ୍ଷାରୁ ଏକଥା ଜଣାପଡିଛି ।
ଯେଉଁମାନେ ଅନଅର୍ଗାନିକ ମରକ୍ୟୁରୀ ମିଶ୍ରିତ ସ୍କିନ ଲୋସନ ବ୍ୟବାହାର କରୁଛନ୍ତି ସେମାନଙ୍କ ଠାରେ କିନଡୀ ନଷ୍ଟ ହୋଇଯିବା, ସ୍କିନରେ କୁଣ୍ଡାଇ ହେବା, ତ୍ୱଚା ସାଧାରଙ୍ଗ ରଙ୍ଗ ପରିବର୍ତ୍ତନ, ତ୍ୱଚାରେ କଳା ଦାଗ ଅବା କ୍ଷତ ଚିହ୍ନ ସୃଷ୍ଟି କରିବା ଆଦି ରୋଗ ଦେଖାଦେଉଛି । ସବୁଠ ବଡ କଥା ହେଉଛି ଏଭଳି ଲୋସନ ବ୍ୟବହାର ଯୋଗୁ ଭୁତାଣୁ, ଜୀବାଣୁ ଏବଂ ଫୁଙ୍ଗାଲ ସଂକ୍ରମଣରୁ ତ୍ୱଚାରୁ ସୁରକ୍ଷିତ ରଖୁଥିବା ସ୍କିନର ରୋଗପ୍ରତିରୋଧକ ଶକ୍ତି ହ୍ରାସ କରୁଛି । ଆଞ୍ଜାଇଟି, ଡିପ୍ରେସନ, ମାନସିକ ଅସ୍ଥିରତା ଏବଂ ସ୍ନାୟୁ ରୋଗ ମଧ୍ୟ ଦେଖାଦେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/ujmhujkm.jpg)