ମୋବାଇଲ ଇଣ୍ଟରନେଟ୍ ଫେରିବା ପରେ କେମିତି ଅଛି ସମ୍ବଲପୁରର ସ୍ଥିତି ? କେତେ ଖୁସି ଅଛନ୍ତି ଲୋକେ ? ୧୧ ଦିନ ପରେ ସ୍ୱାଭାବିକ ନେଟ୍ ସେବା

99

କନକ ବ୍ୟୁରୋ : ସମ୍ବଲପୁରରେ ସ୍ୱାଭାବିକ ହୋଇଛି ମୋବାଇଲ ଇଣ୍ଟରନେଟ । ଗତକାଲିଠୁ ନେଟ ସେବା ସ୍ୱାଭାବିକ ହୋଇଥିଲା ବେଳେ ଲୋକେ ଖୁସି ହୋଇଛି । ଇଣ୍ଟରନେଟ ସୁବିଧା ମିଳିବା ପରେ ସ୍ୱାଭାବିକ ଢଙ୍ଗରେ ବ୍ୟବସାୟୀ ଓ ସରକାରୀ କାର୍ଯ୍ୟାଳୟର ଅନଲାଇନ କାମ ସ୍ୱାଭାବିକ ହୋଇଛି । ପିଲାମାନେ ଅନଲାଇନ ପାଠ ପଢିବା ସୁବିଧା ପାଇଛନ୍ତି । ହନୁମାନ ଜୟନ୍ତୀରେ ହିଂସାକାଣ୍ଡ ପରେ ସୋସିଆଲ ମିଡିଆରେ ହିଂସା, ବିଦ୍ୱେଷ ସୃଷ୍ଟିକାରୀ ଗୁଜବ ପ୍ରଚାର ହେବାର ଆଶଙ୍କା କରିଥଲା ପ୍ରଶାସନ ।

ସହରର ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଗତ ୧୩ ତାରିଖରୁ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା । ଫଳରେ ଦୀର୍ଘ ୧୧ ଦିନ କାଳ ଅନଲାଇନ ସେବା ଓ ଏଣ୍ଟରଟେନମେଣ୍ଟରୁ ବଞ୍ଚିତ ହୋଇଥିଲେ ଲୋକେ । ଆଜିର ଦିନରେ ମୋବାଇଲ ଏକ ଜରୁରୀ ସାମଗ୍ରୀ ପାଲଟିଯାଇଛି । ପ୍ରାୟ କଥାରେ ମୋବାଇଲ ଉପରେ ନିର୍ଭରଶୀଳ ହୋଇପଡିଥିବା ମଣିଷଙ୍କ ପାଇଁ ମୋବାଇଲ ଇଣ୍ଟରନେଟ ବନ୍ଦ ହେଲେ କଣ ଅସୁବିଧା ହୁଏ ଏହା ସମ୍ବଲପୁରବାସୀଙ୍କ ଠାରୁ ଆଉ କିଏ ଅଧିକ ବୁଝି ପାରିବ । ସ୍ଥିତିରେ ସୁଧାର ଆସିବା ପରେ ୧୧ ଦିନର ବନ୍ଦ ପରେ ଇଂଟରନେଟ ସେବା ସ୍ୱଭାବିକ ହୋଇଛି ।