ୟେସ ବ୍ୟାଙ୍କରେ ଫସିଛି ଜଗନ୍ନାଥଙ୍କ ଟଙ୍କା । କିନ୍ତୁ କିଭଳି କଟକଣା ଜାରି ପୂର୍ବରୁ ଗୁଜୁରାଟ କମ୍ପାନୀ ଉଠାଇ ନେଲା ୨୬୫ କୋଟି ଟଙ୍କା, ଉଠିଲା ପ୍ରଶ୍ନ

355

କନକ ବ୍ୟୁରୋ : ଶ୍ରୀମନ୍ଦିରର କୋଟି କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଫସି ରହିଥିବାବେଳେ ସାମାନାକୁ ଆସିଛି କିଭଳି କଟକଣା ଜାରି ପୂର୍ବରୁ ଗୁଜୁରାଟ କମ୍ପାନୀ ଉଠାଇ ନେଇଛି ୨୬୫ କୋଟି ଟଙ୍କା । ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଇବାର କଟକଣା ଗତ ୫ ତାରିଖରେ ଲଗାଇଥିଲା । କିନ୍ତୁ ଏହାର ମାତ୍ର କିଛି ଘଂଟା ପୂର୍ବରୁ ଗୁଜୁରାଟର ଏକ କମ୍ପାନୀ ୨୬୫ କୋଟି ଟଙ୍କା ଉଠାଇ ନେଇଛି ।

ଭଦୋଦରା ମହାନଗର ନିଗମ ପକ୍ଷରୁ ଗଠିତ ସ୍ପେଶାଲ ପରପୋଜ ଭେଇକିଲ୍ ଭଦୋଦରା ସ୍ମାର୍ଟ ସିଟି ଡେଭଲପମେଂଟ ଗତ ମଙ୍ଗଳବାର ଏହି ବ୍ୟାଙ୍କରୁ ୨୬୫ କୋଟି ଟଙ୍କା ଉଠାଇ ନେଇଥିଲା । କମ୍ପାନି ଏହି ଟଙ୍କାକୁ ୟେସ୍ ବ୍ୟାଙ୍କରୁ ଏକ ରାଷ୍ଟ୍ରାୟତ ବ୍ୟାଙ୍କକୁ ସ୍ଥାନାନ୍ତର କରି ନେଇଛି । ଫଳରେ ଏହି କମ୍ପାନୀ ନଗଦ ଅର୍ଥ ଜନିତ ସଂକଟରୁ ବଂଚି ଯାଇଛି । ହେଲେ ଏପଟେ କର୍ତୁପକ୍ଷଙ୍କ ଅବହେଳା ଯୋଗୁଁ ୟେସ୍ ବ୍ୟାଙ୍କରେ ଫସି ଯାଇଛି ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ।