କନକ ବ୍ୟୁରୋ : ବିଦେଶୀ ମଦରୁ କେମିତି ହୁଏ କୋଟି କୋଟି ଟଙ୍କା ରୋଜଗାର? । ବ୍ୟାଗ୍ କି ବସ୍ତା ନୁହେଁ ଟ୍ରକରେ ବୁହା ହେଉଛି ଟଙ୍କା । ଗଣିବାକୁ ଅନ୍ୟ ଜିଲ୍ଲାରୁ ଆସୁଛି ମେସିନ୍ । ୩୦୦ କୋଟିରୁ ଅଧିକ ଟଙ୍କା ଜବତ ପରେ ଉଠିଲା ପ୍ରଶ୍ନ । ପୂରା ଦେଶର ନଜର ଏବେ ଓଡିଶା ଉପରେ । କୋଟିଏ କି ୧୦କୋଟି ନୁହଁ ପୂରା ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ଟଙ୍କା ଗଣି ଗଣି ମେସିନ ଓ ମଣିଷ ନୟାନ୍ତ ହୋଇଗଲେଣି । ସିପ୍ଟ ଅନୁସାରେ ଆୟକର ଅଧିକାରୀ ଓ ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣୁଛନ୍ତି । ହେଲେ ସବୁଠାରୁ ବଡକଥା ହେଉଛି ଏହି ବିଦେଶୀ ମଦରୁ କିଭଳି ହୁଏ କଳା ଟଙ୍କା ରୋଜଗାର ହୁଏ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।