କେତେ ଦୂର ଗଲା ପୁଲିସର ତଦନ୍ତ? ପ୍ରଜ୍ଞାଙ୍କୁ କେବେ ମିଳିବ ନ୍ୟାୟ?

143

କନକ ବ୍ୟୁରୋ: ରାକ୍ଷୀପୂର୍ଣ୍ଣିମା ଭଳି ପବିତ୍ର ଦିନରେ ରାକ୍ଷୀ ବାନ୍ଧିନପାରି ସୋସିଆଲ ମିଡିଆରେ ଜଣେ ଭାଇଙ୍କ କୋହ । ଶାଶୁଘର ଲୋକଙ୍କ ନିର୍ଯାତନା ଏବଂ କ୍ୟାନସର ସନ୍ଦେହରେ ଘରୁ ତଡିଦେବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ପ୍ରଜ୍ଞା ପରମିତା । ଆଉ ବିବାହର ଅଳ୍ପଦିନ ପରେ ଆତ୍ମହତ୍ୟା କରିଥିଲେ । ଏବେ ରାକ୍ଷୀପୂର୍ଣ୍ଣିମାରେ ପ୍ରଜ୍ଞା ପାରମିତାଙ୍କ ଭାଇ ନିଜ କୋହକୁ ସମ୍ଭାଳିନପାରି ଏଭଳି ଆବେଗପୂର୍ଣ୍ଣ ପୋଷ୍ଟ କରିଛନ୍ତି । ମଂଚେଶ୍ୱର ଥାନାକୁ ଆସି ଥାନାରେ ଆଗରେ ପ୍ରତିବାଦ କରିବା ସହ ପାଳିଛନ୍ତି କଳାଦିବସ । । ହାତରେ କଳାପଟି ଓ କଳାପୋଷାକ ପନ୍ଧି ପ୍ରତିବାଦ କରିଛନ୍ତି । ଉଭଣୀୀକୁ ହରାଇବାର ଦୁଃଖ ରାକ୍ଷୀପୂର୍ଣ୍ଣିମା ଭଳି ଦିନରେ ଏମାନଙ୍କୁ ବେଶ ବ୍ୟଥିତ କରିଛି ।

ଦାନ୍ତ ବିନ୍ଧା ହେଉଥିବାବେଳେ କ୍ୟାନ୍ସର କହି ପ୍ରଜ୍ଞା ପରମିତାଙ୍କୁ ଶାଶୁଘର ଲୋକେ ତାଙ୍କୁ ତଡିଦେଇଥିଲେ । ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିଲେ । ପ୍ରଜ୍ଞାଙ୍କ ପରିବାରଲୋକେ ଏ ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ବି ମାମଲା ଅଗ୍ରଗତି କରିପାରିନାହିଁ । ଦିନ ପରେ ଦିନ ଗଡୁଛି ବିଭିନ୍ନ ଆଳ ଦେଖାଇ ଅଧିକ ତଥ୍ୟ ମାଗୁଛନ୍ତି ଥାନା ଅଧିକାରୀ, ଯାହା ସେମାନଙ୍କୁ ଅଧିକ ଦୁଃଖିତ କରିଛି ।

ସେପେଟ ଆସିଛି ପ୍ରଜ୍ଞା ପରମିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ କୁହାଯାଇଛି, ଶ୍ୱାସରୁଦ୍ଧ ହୋଇ ପ୍ରଜ୍ଞାଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ପାଇବା ପରେ ପ୍ରଜ୍ଞାଙ୍କ ଶ୍ୱଶୁର ଘର ଲୋକଙ୍କୁ ନୋଟିସ କରାଯାଇ ପଚରାଉଚରା କରାଯିବ ।