କନକ ବ୍ୟୁରୋ: ଆସନ୍ତାକାଲି ମାଟ୍ରିକ ପରୀକ୍ଷାର ତୃତୀୟ ଭାଷା ପରୀକ୍ଷା ରହିଛି । ସାଧାରଣତଃ ତୃତୀୟ ଭାଷା ପାଇଁ ପରୀକ୍ଷାର୍ଥୀ ସଂସ୍କୃତକୁ ଅଧିକ ପସନ୍ଦ କରିଥାନ୍ତି । କାରଣ ସଂସ୍କୃତରେ ସର୍ବାଧିକ ନମ୍ବର ରଖିବାର ଭଲ ସୁଯୋଗ ରହିଥାଏ । ସଂସ୍କୃତରେ ବ୍ୟାକରଣ ଶଦ୍ଧ, ଅର୍ଥ ପରିକ୍ଷାର୍ଥୀ ମାନଙ୍କ ପାଇଁ ଗୁରୁତ୍ୱପୁଣ୍ଣ ଅଟେ । ସଂସ୍କୃତ ବିଷୟରେ ବନାନ ଓ ମାତ୍ରା ସବୁକୁ ଓଡ଼ିଆରେ ଲେଖିବାକୁ ପଡ଼ିଥାଏ । କିନ୍ତୁ ଏହାର ଉଚାରଣ ସଂସ୍କୃତରେ ହୋଇଥାଏ ।

Advertisment

ସଂସ୍କୃତ

-ମାଟ୍ରିକରେ ରଖନ୍ତୁ ଅଧିକ ମାର୍କ
- ସଂସ୍କୃତରେ ସର୍ବାଧିକ ମାର୍କ ରଖିବାର ଭଲ ସୁଯୋଗ ଥାଏ
- ଭଲ ମାର୍କ ରଖିବା ପାଇଁ ଗତ ୫ ବର୍ଷର ପ୍ରଶ୍ନଗୁଡ଼ିକୁ ରିଭିଜନ କରନ୍ତୁ
- ଗୁରୁତ୍ୱପୂର୍ଣ୍ଣ ଓ କଷ୍ଟସାଧ୍ୟ ପ୍ରଶ୍ନଗୁଡ଼ିକୁ ନିୟମିତ ଅଭ୍ୟାସ କରନ୍ତୁ
- କଷ୍ଟ ଲାଗୁଥିବା ପ୍ରଶ୍ନଗୁଡ଼ିକର ସମାଧାନ ପାଇଁ ଶିକ୍ଷକଙ୍କ ପରାମର୍ଶ ନିଅନ୍ତୁ
- ସଂସ୍କୃତରେ କିଛି ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ମନେ ରଖନ୍ତୁ
- କଷ୍ଟକର ଶ୍ଳୋକ ଗୁଡ଼ିକର ଅର୍ଥ ଲେଖନ୍ତୁ ଏବଂ ଏହାର ନୋଟ୍ସ ପ୍ରସ୍ତୁତ କରନ୍ତୁ
- କୌଣସି ବିଷୟବସ୍ତୁର ଶୀର୍ଷକ ଅର୍ଥାତ ଲେଖକଙ୍କ ନାମ ମନେ ରଖନ୍ତୁ
- ବ୍ୟାକରଣ ଗୁଡ଼ିକର ସଠିକ ଉତ୍ତର ଲେଖନ୍ତୁ