ଉତ୍ତରାଖଣ୍ଡର ଚମେଲିରେ ୭ ବର୍ଷ ପରେ ପୁଣି ଥରେ ପ୍ରକୃତିର ଭୟାନକ ରୂପ ଦେଖିବାକୁ ମିଳିଛି। ଚମୋଲିର ରାଇନି ଗ୍ରାମ ନିକଟରେ ଗ୍ଲାସିୟର ଫାଟି ଅଚାନକ ବଡ଼ ବନ୍ୟା ଆସିବାରୁ ଅନେକ ବସତି ଛାରଖାର ହୋଇଯାଇଛି ଏବଂ କେତେକ ପୋଲ୍ ମଧ୍ୟ ଭାଙ୍ଗି ଯାଇଛି। ଗ୍ଲାସିୟର ପାହାଡ଼ ଶିଖରରେ ବର୍ଷ ତମାମ ଗୋଟିଏ ସ୍ଥାନରେ ବରଫପାତ ଯୋଗୁଁ ସୃଷ୍ଟି ହୋଇଥାଏ। ଗ୍ଲାସିୟର ୨ ପ୍ରକାର ଥାଏ ଏବଂ ତାହା ହେଲା ଅଲ୍ପାଇନ୍ ଏବଂ ଆଇସ୍ ସିଟ୍ସ (ବରଫ ଚଟାଣ)।
ପାହାଡ଼ରର ଗ୍ଲାସିୟରକୁ ଅଲ୍ପାଇନ୍ ଶ୍ରେଣୀଭୁକ୍ତ କରାଯାଇଛି। ଗ୍ଲାସିୟର ଫାଟିବାର ପ୍ରମୁଖ କାରଣ ହେଉଛି ମାଧ୍ୟାକର୍ଷଣ ବଳ। ଗ୍ଲାସିଏର ଚଟାଣର ବିଭିନ୍ନ କୋଣରେ ଚଳନ ଏବଂ ତାପାୟନ ବୃଦ୍ଧି ଯୋଗୁଁ ବରଫ ଦ୍ରୁତ ଗତିରେ ତରଳିବା ଆରମ୍ଭ ହୋଇଥାଏ ଏବଂ ଏହାର ବିଭିନ୍ନ ଭାଗ ଭାଙ୍ଗି ଅଲଗା ହୋଇଯାଏ। ଏହି ବିଶାଳ ବରଫ ଖଣ୍ଡ ଯେତେବେଳେ ଗ୍ଲାସିୟର ଭିତରେ ପ୍ରବାହିତ ହୁଏ ସେତେବେଳେ ବରଫ ଅତି ଦ୍ରୁତ ଗତିରେ ତରଳିବା ଆରମ୍ଭ କରିଥାଏ। ଏହାଦ୍ବାରା ଅଚାନକ ନଦୀଗୁଡ଼ିକରେ ବନ୍ୟା ଆସିଯାଏ । ଏହି ସମୟରେ ସ୍ରୋତ ଅତି ପ୍ରଖର ରହୁଥିବାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହେଉଥିବାର ଅନେକ ନଜିର ରହିଛି ।
Follow Us