କନକ ବ୍ୟୁରୋ: ଏବେ ସାରା ବିଶ୍ୱରେ ମହାମାରୀ ରୂପ ଧାରଣ କରିଛି କରୋନା ଭୂତାଣୁ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢିଚାଲିଛି । ଏପରି ସ୍ଥିତିରେ ଆମେରିକା ଠାରୁ ଆରମ୍ଭ କରି ଭାରତ ଯାଏଁ ସ୍ଥିତି ଜଟିଳ ରହିଛି । ଏବେ ଆମେରିକାରେ କିପରି ରହିଛି କରୋନା ସ୍ଥିତି, ଭିଡିଓ ଜାରି କରି ସନ୍ଦେଶ ଦେଇଛନ୍ତି ପ୍ରବାସୀ ଓଡିଆ ଦମ୍ପତି । ନ୍ୟୁୟର୍କର ନିଉ ଆଇଲାଣ୍ଡ ଅଂଚଳରେ କିପରି ରହିଛି କରୋନା ସ୍ଥିତି, ତାହାର ଚିତ୍ର ସେୟାର କରିଛନ୍ତି ଆମେରିକାରେ ରହୁଥିବା ଓଡିଆ ଦମ୍ପତି । କରୋନା ମୁକାବିଲା ପାଇଁ ଆମେରିକାରେ ଗ୍ରହଣ କରାଯାଇଛି ବଡ ସତର୍କତା ।
ପ୍ରତ୍ୟକ ଦିନ ଶହ ଶହ ଲୋକଙ୍କ ଭିଡ ଜମୁଥିବା ସ୍ଥାନ ଏବେ ଦିଶୁଛି ଖାଁ ଖାଁ । ସ୍କୁଲ କଲେଜ ଗୁଡିକ ବନ୍ଦ ରହିଛି । ମଲକୁ ଆସୁଥିବା ଲୋକେ ସାନିଟାଇଜ୍ କରିବା ପରେ ସାମଗ୍ରୀକୁ ଆଣିବା ପାଇଁ ଟ୍ରଲି ବ୍ୟବହାର କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶହ ଶହ ଭାରତୀୟ ଏବେ ଆମେରିକାରେ ଚାକିରୀ ହରାଇ ବସିଛନ୍ତି । ଅନେକ ନିଜ ରାଜ୍ୟକୁ ଫେରି ଆସିଲେଣି । କରୋନା ଭିତରେ ଆମେରିକାରେ ନିଯୁକ୍ତି ଗଭୀର ଭାବେ ପ୍ରଭାବିତ ହୋଇଛି । ତେଣୁ ମୁକାବିଲା ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ।
କୌଣସି କାମ ନଥିଲେ ବାହାରକୁ ଯିବ ନାହିଁ । ବାହାରକୁ ଯିବାକୁ ଥିଲେ ପୁରା ସତର୍କତା ଅବଲଂବନ ଗ୍ରହଣ କରିବାକୁ ପଡିବ । ଆମେରିକା ତୁଳନାରେ ଭାରତରେ ତଥା ଓଡିଶାରେ ସ୍ଥିତି ଭଲ ରହିଛି । ଓଡିଶାରେ ଗ୍ରହଣ କରାଯାଉଥିବା ପଦ କ୍ଷେପକୁ ଆମେରିକାରେ ଥିବା ଓଡିଆ ଦମ୍ପତି ବେଶ୍ ପ୍ରଶଂସା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/10-13.jpg)
/kanak/media/post_attachments/wp-content/uploads/2020/08/vlcsnap-2020-08-12-10h03m32s142.png)
/kanak/media/post_attachments/wp-content/uploads/2020/08/vlcsnap-2020-08-12-10h02m36s90.png)