ଆପଣଙ୍କ ଟ୍ରେନ ଟିକେଟ କନଫର୍ମ ହୋଇଛି କି ନାହିଁ, କେମିତି ଜାଣିବେ?

168

କନକ ବ୍ୟୁରୋ: ଭାରତରେ ଅନେକ ଲୋକ ପ୍ରତିଦିନ ରେଳରେ ଯାତ୍ରା କରିଥାନ୍ତି । ବିଜନେସ କ୍ଲାସର ଲୋକଙ୍କଠାରୁ ଆରମ୍ଭ କରି ଦିନ ମଜୁରିଆ ଶ୍ରେଣୀର ଲୋକ ଟ୍ରେନରେ ଯାଇଥାନ୍ତି । ଆଉ ଟ୍ରେନରେ ଯାତ୍ରା କରିବା ପାଇଁ ଲୋକମାନେ ଅନଲାଇନରେ ଟିକେଟ ବୁକିଂ କରିଥାନ୍ତି । ଯାତ୍ରା ପୂର୍ବରୁ ଯଦି ଟିକେଟ କନଫର୍ମ ହେଇଗଲା ତ ଭଲ କଥା ଯଦି ୱେଟିଙ୍ଗରେ ରହିଗଲା ତ ଆମକୁ ଅନେକ ଅସୁବିଧା ହୋଇଥାଏ ।

ଆପଣ କେବେ ନା କେବେ ସ୍ଲିପର, ଟୁ ଏସ, ଏସିରେ ଟିକେଟ କରିଥିବେ । ହେଲେ ଆପଣ କେବେ ଦେଖିଛନ୍ତି ଟିକେଟରେ ଲେଖାଥିବା ଆରଏନଡବ୍ଲୁଏଲ ଓ ସିକେଡବ୍ଲୁଏଲର ଅର୍ଥ କଣ । କାରଣ ଟ୍ରେନର ଏହି ଟିକେଟରେ ଅନେକ ସାରା ସୂଚନା ରହିଥାଏ । ଯାହାକୁ ଆମେ ଅଣଦେଖା କରିଥାଉ । ହେଲେ ଏହି କୋଡ ଆମକୁ ଆମ ଟିତେଟର ସ୍ଥିତି ବିଷୟରେ ସୂଚନା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏଥିରେ ଲେଖାଥିବା ଏହି କୋଡ କଣ କହିଥାଏ ।

ପିଏନଆର 

ଏହାର ଅର୍ଥ ପ୍ୟାସେଞ୍ଜର ନେମ ରେକର୍ଡ । ଏହା ରିଜର୍ଭେସନ ଟିକେଟର ବାମ ପାଶ୍ୱର୍ର ଉପରେ ଲେଖାଯାଇଥାଏ । ଏହାର ଆରମ୍ଭରୁ ଲେଖାଥିବା ୧ରୁ ୯ ଅଙ୍କ କହିଥାଏ ଟ୍ରେନ କେଉଁ ଜୋନର । ଦ୍ୱିତୀୟ ଅଙ୍କ ଷ୍ଟେସନ ସମ୍ବନ୍ଧିତ ହୋଇଥାଏ । ଯାହା କହିଥାଏ ଯାତ୍ରୀ କେଉଁଠୁ ଟ୍ରେନରେ ବସିବେ ଆଉ କେଉଁଠୁ ଟ୍ରେନରୁ ଓହ୍ଲାଇବେ । ଏହାବ୍ୟତୀତ ସିଟ ସଂଖ୍ୟା, ଯାତ୍ରୀଙ୍କ ସଂଖ୍ୟାର ପୂରା ବିବରଣୀ ରେଲୱେ ପାଖରେ ସୁରକ୍ଷିତ ଭାବରେ ରହିଥାଏ ।

ଜିଏନଡବ୍ଲୁଏଲ 

ଟିକେଟ ଉପରେ ସଟ ଫର୍ମରେ ଲେଖାଥିବା ଏହି କୋଡର ଅର୍ଥ ଜେନେରାଲ ୱେଟିଙ୍ଗ ଲିଷ୍ଟ । ଏହା  ୱେଟିଙ୍ଗ ଲିଷ୍ଟର ସବୁଠାରୁ ସାମାନ୍ୟ କୋଡ । ଏହି କୋଡର କହିଥାଏ କି ଆପଣଙ୍କ ଟିକେଟ ଖୁବ ଶୀଘ୍ର କନଫର୍ମ ହୋଇଯିବ ।

ଟିକ୍ୟୁଡବ୍ଲୁଏଲ

୨୦୧୬ ପୂର୍ବରୁ ତତ୍କାଳ କୋଟା ଲିଷ୍ଟକୁ ସିକ୍ୟୁଡବ୍ଲୁଏଲ କୋଡ କୁହାଯାଉଥିଲା । ଯାହାକୁ ଏବେ ବଦଳାଇ ଟିକ୍ୟୁଡବ୍ଲୁଏଲ କରିଦିଆଯାଇଛି । ଏହାର ଅର୍ଥ ତତ୍କାଳ ଟିକେଟର ୱେଟିଙ୍ଗ ଲିଷ୍ଟ । ଯଦି କୌଣସି କନଫର୍ମ ଟିକେଟ କ୍ୟାନ୍ସଅନ ହୋଇଛି ତେବେ ଏଭଳି ଟିକେଟଧାରୀଙ୍କୁ କନଫର୍ମ ଟିକେଟ ପାଇଁ ପ୍ରାଥମିକତା ଦିଆଯାଇଥାଏ ।

ଆରଏସି 

ଏହାର ଅର୍ଥ ରିଜର୍ଭେସନ ଏଗେନଷ୍ଟ କ୍ୟାନ୍ସଲେସନ । ଯଦି ଯାତ୍ରା ପୂର୍ବରୁ ଟିକେଟ କନଫର୍ମ ହୋଇନାହିଁ ତେବେ ତାହା ଆପେ ଆପେ କ୍ୟାନ୍ସଅଲ ହୋଇଯିବ ଆଉ ଟଙ୍କା ମଧ୍ୟ ଯାତ୍ରୀଙ୍କ ଆକାଉଣ୍ଟକୁ ଚାଲିଯିବ ।

ପିକ୍ୟୁଡବ୍ଲୁଏଲ 

ଏହାର ଅର୍ଥ ପୁଲ୍ଡ କୋଟା ୱେଟିଙ୍ଗ ଲିଷ୍ଟ । ଅର୍ଥାତ ଛୋଟ ଷ୍ଟେସନ ପାଇଁ ଯେଉଁ କନଫର୍ମ ସିଟର କୋଟା ଜାରି କରାଯାଇଥାଏ । ଯେକୌଣସି ଷ୍ଟେସନରେ ଟିକେଟ କ୍ୟାନସଲ ହେଲେ ଏହି କୋଡ ଧାରୀଙ୍କ ଟିକେଟ କନଫର୍ମ ହୋଇଯିବ ।