କନକ ବ୍ୟୁରୋ : ମୋ ଗାଡି ନମ୍ବର ଓଡି-୦୫-ଏମ୍- ୭୫୪୭... ପ୍ରକୃତ ଦୋଷୀର ଗାଡି ନମ୍ବର ଓଆର-୦୫-ଏମ୍- ୭୫୪୭ ସେ ଦୋଷ କରି ନିର୍ଦ୍ଦୋଷରେ ଖଲାସ ହୋଇଗଲା କିନ୍ତୁ ମୋ ନାଁରେ ଏକ ହଜାର ଟଙ୍କାର ଫାଇନ୍ ଆସିଛି । ଏହିଭଳି କିଛି ଅଭିଯୋଗ ଆଣିଛନ୍ତି କଟକର ଜଣେ ବ୍ୟକ୍ତି ।
ବାଇକ ଅଛି ନରସିଂହ ପୁରରେ କିନ୍ତୁ ଚାଲାଣ କଟୁଛି କଟକରେ । ଶୁସିଲ କୁମାର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ବିନା ଦୋଷରେ ଆସିଛି ଏକ ହଜାର ଟଙ୍କା । ଶୁସିଲ କୁମାର ବୃତ୍ତିରେ ଜଣେ ଶିକ୍ଷକ, ତାଙ୍କର କହିବା ଅନୁଯାୟୀ... ସେ ଗତ ରବିବାର ଦିନ ଘରୁ ଗାଡି ନେଇ କୁଆଡେ ବି ଯାଇ ନାହାନ୍ତି । ତଥାବି ବିନା ହେଲମେଟରେ ଗାଡି ଚଲାଉଥିବା ଅଭିଯୋଗରେ ତାଙ୍କର ୧ହଜାର ଟଙ୍କାର ଚାଲାଣ କଟାଯାଇଛି । ମୋବାଇଲକୁ ଯେଉଁ ମେସେଜ୍ ଆସିଛି ସେଥିରେ ଗାଡି ନମ୍ବର ଓଡି-୦୫-ଏମ୍- ୭୫୪୭... ଲେଖାଯାଇଛି କିନ୍ତୁ ସେଥିରେ ଥିବା ଗାଡର ଫଟୋକୁ ଦେଖିଲେ ଜାଣି ହେଉଛି ସେହି ଗାଡିର ନମ୍ବର ଓଆର-୦୫-ଏମ୍- ୭୫୪୭... ବୋଲି । ଯଦି ଦୋଷ କରିଥିବା ଗାଡିର ନମ୍ବର ଓଆର୍-୦୫-ଏମ୍- ୭୫୪୭, ତେବେ ଓଡି-୦୫-ଏମ୍- ୭୫୪୭... ଗାଡି ନମ୍ବରରେ କିପରି ଫାଇନ କଟାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶୁସିଲ କୁମାରଙ୍କ ସହ ଘଟିଥିବା ଘଟଣା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଏହି ଦିଗ ଉପରେ କୌଣସି ସରକାରୀ ଅଧିକାରୀଙ୍କ ନଜର ପଡୁନି । ଯଦି ଏହିଭଳି ଭାବରେ ଗଡିର ଚାଲାଣ କଟେ ତେବେ ଜଣେ ସାଧାରଣ ଲୋକ ନିଶ୍ଚିନ୍ତ ଅକାରଣରେ ଅସୁବିଧାରେ ପଡିବ । ତେଣୁ ଏହି ଦିଗ ଉପରେ ଆରଟିଓ, ପରିବହନ ବିଭାଗ ସଚେତନ ହେବା ନିହାତି ଦରକାର
ଗାଡି ନରସିଂପୁରରେ କିନ୍ତୁ ଚାଲାଣ କଟୁଛି କଟକରେ । ଖୋଲାରେ ବୁଲୁଛି ଦୋଷୀ, ଏମିତି ଚାଲାଣ କଟିଲା କେମିତି?
/kanak/media/post_attachments/wp-content/uploads/2021/12/15-24.jpg)