ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଦୀର୍ଘ ସମୟ ଧରି ଇସ୍ରାଏଲ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲା । ସାମରିକ ଅସ୍ତ୍ରଠାରୁ ଆରମ୍ଭ କରି ଇରାନ ପରି ଅନ୍ୟାନ୍ୟ ଦେଶରୁ ଆର୍ଥିକ ସହାୟତା ପର୍ଯ୍ୟନ୍ତ ସବୁକିଛି ପାଉଥିଲା । ଏ ବିଷୟରେ ଏକ ରିପୋର୍ଟ ପ୍ରକାଶ ପାଇଛି ।  ଇସ୍ରାଏଲ ସହିତ ଲଢିବା ପାଇଁ ହାମାସ୍ ଗୁପ୍ତରେ ଏକ 'ମିନି ଆର୍ମି ମଧ୍ୟ  ପ୍ରସ୍ତୁତ କରିଛି । ସେମାନଙ୍କୁ ଏକ ଗୁପ୍ତ ସ୍ଥାନରେ ତାଲିମ ଦିଆଯାଇଥିଲା ।  ଆକ୍ରମଣର ରଣକୌଶଳ ବିଷୟରେ ସମ୍ପୂର୍ଣ ଶିକ୍ଷା ଦିଆଯାଇଥିଲା ।

Advertisment

publive-image

ଇସ୍ରାଏଲ-ହମାସ ଯୁଦ୍ଧକୁ ସପ୍ତାହେ ପୁରି ଗଲାଣି । ଗତ ଶନିବାର ଦିନ ପାଲେଷ୍ଟାଇନ ସମର୍ଥକ ହାମାସ ଆତଙ୍କବାଦୀମାନେ ହଠାତ୍ ଇସ୍ରାଏଲରେ ଅନୁପ୍ରବେଶ କରି ଆକ୍ରମଣ କରିଥିଲେ। ହମାସ୍ ଦ୍ୱାରା ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଅତ୍ୟାଚାର ସମଗ୍ର ବିଶ୍ୱକୁ ଚକିତ କରିଛି । ଏହି କାରଣରୁ ଇସ୍ରାଏଲ ଶପଥ ନେଇଛି ଯେ ଏହା ହମାସକୁ ଶେଷ କରିବ । ଇସ୍ରାଏଲ୍ ମଧ୍ୟ ଗାଜା ଷ୍ଟ୍ରିପ୍ ଉପରେ କ୍ରମାଗତ ଭାବରେ ଆକ୍ରମଣ କରୁଛି । ଏଠି କଥା ଉଠୁଛି  ହାମାସ୍ ପରି ଏକ ଆତଙ୍କବାଦୀ ସଂଗଠନ କେମିତି ଗୋପନରେ ନିଜର ଏକ ମିନି ଆର୍ମି ମଧ୍ୟ ଛିଡା କରିଦେଲା ?

ହମାସର ସହିତ ଜଡିତ ଲୋକମାନେ କୁହନ୍ତି ଯେ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାରେ ଆମକୁ ଅସୁବିଧା ହୋଇଥିଲା, ତେଣୁ ଆମେ ସ୍ଥାନୀୟ ସ୍ତରରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବା ଆରମ୍ଭ କରିଛୁ । ହମାସ କହିବା ଅନୁସାରେ ଯେ ୨୦୦୮ ଗାଜା ଯୁଦ୍ଧରେ ଆମର ରକେଟର ପରିସର ମାତ୍ର ୪୦ କିଲୋମିଟର ଥିଲା କିନ୍ତୁ ୨୦୨୧ ସୁଦ୍ଧା ଆମର ରକେଟର ପରିସର ୨୩୦ କିଲୋମିଟରରେ ପହଞ୍ଚିଛି । ହମାସ କହିଛି ଯେ ଆମର ମିନି ଆର୍ମି ଏକ ବିଶେଷ ଢଙ୍ଗରେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଛି । ଆମର ଯୋଦ୍ଧାମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଏ । ସାଇବର ସୁରକ୍ଷା ଠାରୁ ନୌସେନା କମାଣ୍ଡୋ ୟୁନିଟ୍ ପରି କଷ୍ଟକର ତାଲିମ ମଧ୍ୟ ଦିଆଯାଏ ।

publive-image

 ଇରାନରୁ ପ୍ରତିବର୍ଷ ୧୦୦ ମିଲିଅନ ଡଲାର ଆର୍ଥିକ ସାହାଯ୍ୟ ଆସୁଛି

୨୦୦୦ ପରଠାରୁ ଗାଜାର ଟନେଲ ନେଟୱାର୍କରେ କାର୍ଯ୍ୟ ଦ୍ରୁତ ଗତିରେ କରାଯାଇଛି । ଯାହାଫଳରେ ହମାସ୍ ଯୁଦ୍ଧକ୍ଷେତ୍ରକୁ ଠିକ୍ ସମୟରେ ଅସ୍ତ୍ରଶସ୍ତ୍ର ପଠାଇ ପାରିବ ଏବଂ ନିଜକୁ ରକ୍ଷା କରିପାରିବ । ଗାଜାର ଏହି ଟନେଲ ସବୁ ମଧ୍ୟରେ ସାଂଘାତିକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଅଛି । ଏଥିମଧ୍ୟରୁ ବୋମା, ମୋର୍ଟାର, ରକେଟ, ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର, ଆଣ୍ଟି ଏୟାରକ୍ରାଫ୍ଟ କ୍ଷେପଣାସ୍ତ୍ର ପ୍ରମୁଖ ରହିଛି । ଏକ ସାକ୍ଷାତକାରରେ ହାମାସର ଇସମାଇଲ ହାନାଇ ନାମକ ଜଣେ ଆତଙ୍କବାଦୀ ଏକ ବଡ଼ ଦାବି କରିଥିଲେ ଯେ ଯେ ଇରାନରୁ ହାମାସ ୭୦ ମିଲିୟନ ଡଲାର ପାଇଛି ।  ଇରାନ, ସିରିଆ ଏବଂ ଅନ୍ୟ ଦେଶମାନେ ଆମକୁ ଦୀର୍ଘ ଦୂରଗାମୀ ରକେଟ୍ ଯୋଗାଉଛନ୍ତି । ଇସ୍ରାଏଲର ଏକ ସୂତ୍ରରୁ ପ୍ରକାଶ ଯେ ଇରାନ ପୂର୍ବରୁ ହମାସକୁ ୧୦୦ ମିଲିଅନ ଡଲାର ଆର୍ଥିକ ସହାୟତା ଦେଉଥିଲା ଜାହା ଏବେ ବଢି ବଢି ୩୫୦ ମିଲିଅନ ଡଲାର ହେଇଗଲାଣି ।

 ଇସ୍ରାଏଲରେ ମୃତ୍ଯୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି

ପରିସଂଖ୍ୟନରୁ ଜଣା ପଡିଛି ଯେ ହମାସ ବିରୁଦ୍ଧରେ ଲଢେଇରେ ଇସ୍ରାଏଲ ସେନାରେ ମୃତ୍ଯୁସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ୨୦୦୮ରେ ୯ ଜଣ ସୈନ୍ୟକଙ୍କର ମୃତ୍ଯୁ ହେଇଥିବା ବେଳେ ୨୦୧୪ ରେ ୬୬ ଜଣ ସୈନିକ ମୃତାହତ ହୋଇଛନ୍ତି ।

 ଇରାନ-ଲେବାନନରୁ ମଧ୍ୟ ସହାୟତା ମିଳୁଛି

ହମାସ ଗାଜାକୁ  ୨୦୦୭ ରୁ ନିଜ କବଜାରେ ରଖିଛି । ସେବେଠୁ ଇସ୍ରାଏଲ ସହ ଲଗାତର ଝଗଡା ଚାଲିଛି । ଏହାମଧ୍ୟରେ ହମାସ ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା କରିଆସୁଛି । ହମାସର ଜଣେ ବରିଷ୍ଠ ଅଧିକାରୀ ଅଲି ବରାକା କହିବା ଅନୁସାରେ ଆବଶ୍ୟକତା ହିଁ ସୁଯୋଗ ଆଣିଦିଏ । ଆମର ଆବଶ୍ୟକତା ବଢିବାରୁ ଆମେ ବଢିବାକୁ ଚାହିଁଲୁ । ଏଥିରେ ଆମକୁ ଆମର କିଛି ମିତ୍ରଦେଶ ଓ ସଂଗଠନ ସାହାଜ୍ୟ କଲେ । ଇରାନ ଓ ଲେବାନନ ପରି ଦେଶ ଓ ହିଜବୁଲା ପରି କ୍ଷେତ୍ରୀୟ ଆତଙ୍କବାଦୀ ସଂଗଠନ ଆମକୁ ଆର୍ଥିକ ସହାୟତା ସହ ଟ୍ରେନିଂ ସୁବିଧା ମଧ୍ୟ ଉପଲବ୍ଧ କରାଇଛନ୍ତି । ୯ ବର୍ଷରେ ହମାସ ନିଜକୁ ଅଧିକ ଶକ୍ତିଶାଳୀ କରିଛି ମାତ୍ର ୯ ବର୍ଷ ମଧ୍ୟରେ ହମାସ ନିଜକୁ ଆବଶ୍ୟକତାଠୁ ଅଧିକ ଶକ୍ତିଶାଳୀ କରିପାରିଛି । ଲେବାନନରେ ରହୁଥିବା ବାରକା କହିଛନ୍ତି ଯେ ଆମକୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାରେ ଅସୁବିଧା ହେଉଛି ତେଣୁ ଗତ ନଅ ବର୍ଷ ମଧ୍ୟରେ ଆମେ ଆମର ଦକ୍ଷତା ବିକାଶ କରିଛୁ । ଆଜି ସ୍ଥାନୀୟସ୍ଥରରେ ଆମେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାରେ ସକ୍ଷମ ହେଇପାରିଲୁଣି ।   ୨୦୦୮ ଗାଜା ଯୁଦ୍ଧରେ ଆମର ରକେଟର ସୀମା ମାତ୍ର ୪୦ କିଲୋମିଟର ଥିଲା ଯାହା ୨୦୨୧ ବଳକୁ  ବଢି ବଢି ୨୩୦ କିଲୋମିଟର ଆମେ କରିପାରିଛୁ । ସମାଚାର ଏଜେନ୍ସି  ରଏଟର୍ସ ହମାସର ନେତା, କ୍ଷେତ୍ରୀୟ ସୁରକ୍ଷା ଅଧିକାରୀ,ଏବଂ ସୈନ୍ୟ ବିଶେଷଜ୍ଞଙ୍କ ମାନଙ୍କର ଏକ ସାକ୍ଷାତକାର ନେଇଥିଲା । ସେହି ସାକ୍ଷାତକାର ଅନୁସାରେ  ଆଜି ହମାସ ଏକ ବିଶାଳ ସଂଗଠନ ହେଇସାରିଛି । ଯିଏ ୩୬ ବର୍ଷ ପୂର୍ବେ ଇସ୍ରାଏଲକୁ ବିରୋଧ କରିଥିଲା ।

publive-image

ସୁଡଙ୍ଗ ନେଟୱାର୍କ ଜରିଆରେ ଅସ୍ତ୍ରଶସ୍ତ୍ର ଯୋଗାଣ

ହମାସର ଏକ ନିକଟତମ ସୂତ୍ରରୁ ପ୍ରକାଶ ଯେ ହମାସ ପାଖରେ ସାଇବର ସୁରକ୍ଷା ଠୁ ଆରମ୍ଭ କରି ବିଶେଷଜ୍ଞ ମାନଙ୍କ ଦ୍ଵାରା ପ୍ରଶିକ୍ଷଣ ଦେଉଥିବା ଏକ ସୈନ୍ୟ ଏକାଡ଼େମୀ ଅଛି । ତାଙ୍କ ପାଖରେ ୪୦ ହଜାର ଯୋଦ୍ଧାଙ୍କର ଏକ ମଜବୁତ ଆର୍ମି ଅଛି । ତା ମଧ୍ୟରେ ଏକ ନୌସେନା କମଣ୍ଡୋ ୟୁନିଟ୍ ମଧ୍ୟ ରହିଛି । ୧୯୯୦ ରେ ହମାସ ପାଖରେ ମାତ୍ର ୧୦୦୦୦ ସୈନିକ ଥିଲେ । ସ୍ଥାନୀୟ ସୂତ୍ରରୁ ପ୍ରକାଶ ଯେ ଗାଜାରେ ୨୦୦୦ ମସିହାରୁ ଏକ ସୁଡଙ୍ଗ ନେଟୱର୍କ ତିଆରି ଚାଲିଛି । ଏବେ ସେଠି ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ମହଜୁଦ ରହିବ ସହ ଆତଙ୍କବାଦୀମାନଙ୍କର ଆଶ୍ରୟସ୍ଥଳୀ ପାଲଟିଛି ।