କନକ ବ୍ୟୁରୋ :  ଦୀର୍ଘ ୪ ମାସ ହେଲା ଗିନିରେ ୧୬ ଜଣ ଭାରତୀୟ ନାବିକଙ୍କୁ ବନ୍ଧକ ରଖାଯାଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ନିଜକୁ ମୁକୁଳାଇବା ପାଇଁ ଭାରତ ସରକାରଙ୍କୁ ଗୁହାରି କରିଛନ୍ତି ବନ୍ଦୀ ଥିବା ଭାରତୀୟ ନାବିକମାନେ । ଗତ ଅଗଷ୍ଟ ୧୪ ତାରିଖରେ ଏମାନଙ୍କୁ ଅର୍ନ୍ତରାଷ୍ଟ୍ରୀୟ ଜଳସୀମା ନିକଟରୁ ଗିନୀ ନୌସେନା ଗିରଫ କରିଥିଲା । ଗିନି ନୌସେନା ଅନୁସରାରେ ଭାରତୀୟ ଜାହଜ ନେର୍ଭିିିଜିଏନ ପ୍ଲାଗଟେଡ ଏମଟି ହିରୋଇକ ବିନା ଅନୁମତିରେ ଗିନି ଜଳସେନା ଭିତରେ ପ୍ରବେଶ କରିଥିଲା । ସେଥିପାଇଁ ପ୍ରଥମେ ଭାରତୀୟ ପଣ୍ୟବାହୀ ଜାହାଜକୁ ଅଟକ ରଖାଯାଇଥିଲା । ପରେ ଏଥିରେ ଥିବା ୨୬ ନାବିକଙ୍କୁ ଅଟକ ରଖାଯାଇଛି ।

Advertisment

ଭାରତୀୟ ନାବିକ ମାନେ କହିଛନ୍ତି, ଅଗଷ୍ଟ ୮ରେ ୨୬ ଜଣ ନାଗରିକଙ୍କୁ ନେଇ ତାଙ୍କ ଜାହାଜ ଅଶୌଧିତ ତୈଳ ଭରିବା ପାଇଁ ନାଇଜେରିଆ ପହଂଚିଥିଲା । ସେଠାରେ ଇନ୍ଧନ ଭରିବା ପରେ ଯେତେବେଳେ ଜାହାଜଟି ଆଗକୁ ବଢିଥିଲା, ସେତେବେଳେ ସମୁଦ୍ର ମଝିରେ ଗିନି ନୈସେନା ସେମାନଙ୍କ ଜାହାଜକୁ କାବୁ କରିନେଇଥିଲା । ୧୪ ଅଗଷ୍ଟରେ ନାଇଜେରିଆର ନିର୍ଦ୍ଦେଶରେ ଗିନି ନୈସେନା  ଜାହାଜକୁ ଅଟକ ରଖିଥିଲା । ଏଥିସହ ଜାହାଜ କମ୍ପାନୀ ଉପରେ ତେଲ ଚୋରୀର ଆରୋପ ଲଗାଇଛି ନାଇଜେରିଆ । ତେବେ ଗତ ୪ ମାସ ଭିତରେ  ଚୋରୀ ଅଭିଯୋଗକୁ ପ୍ରମାଣ କରିପାରିନାହିଁ ଗିନି ନୈସେନା ।

ଭାରତୀୟ ନାବିକଙ୍କ କହିନୁଯାୟୀ ପ୍ରଥମରୁ ୨୬ ଜଣଙ୍କୁ ବନ୍ଧକ ରଖିଥିଲେ । ପରେ ସେମାନଙ୍କ ମଧ୍ୟରୁ ୧୫ଜଣଙ୍କୁ ୩ ଦିନ ପୂର୍ବେ ପଚରାଉଚରା ପାଇଁ ଅନ୍ୟତ୍ର ନେଇଯାଇଥିଲେ । ସେହି ୧୫ ଜଣଙ୍କୁ ବୁଧବାର ଦିନ ମୁକ୍ତ କରାଯାଇଛି । ହେଲେ ସମସ୍ତେ ଏବେ ଗିନି ସେନା ଅଧିନରେ ଥିବା ଜାହାଜରେ ଅଛନ୍ତି । ୧୬ ଜଣ ଭାରତୀୟଙ୍କ ମଧ୍ୟରେ ଉତରାଖଣ୍ଡରୁ ୨ ଜଣ, କେରଳରୁ ୩ ଜଣ, ତାମିଲନାଡୁରୁ ୨ ଜଣ, ମହାରାଷ୍ଟ୍ରରୁ ୪ଜଣ, ଆନ୍ଧ୍ରପ୍ରଦେଶରୁ ୨ଜଣ, ରାଜସ୍ଥାନ, ପଶ୍ଚିମବଙ୍ଗ, ଓ ଉତରପ୍ରଦେଶରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ଭାରତୀୟଙ୍କ ବ୍ୟତିତ ଏହି ଜାହାଜରେ ଶ୍ରୀଲଙ୍କାର ୮ ଜଣ ନାବିକ, ପୋଲାଣ୍ଡ ଓ ଫିଲିଫାଇନ୍ସର ଜଣେ ଲେଖାଁ ନାବିକ ମଧ୍ୟ ଅଛନ୍ତି ।

ଦୀର୍ଘମାସ ହେବ ଘରକୁ ଫେରିନଥିବା ନାବିକଙ୍କ ପରିଜନମାନ ବେଶ ଚିନ୍ତାରେ ରହିଛନ୍ତି । କାନ୍ଦି କାନ୍ଦି ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । ତୁରନ୍ତ ସେମାନଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇବା ପାଇଁ ଭାରତ ସରକାରଙ୍କୁ ଗୁହାରି କରିଛନ୍ତି ବନ୍ଦୀ ଥିବା ଭାରତୀୟଙ୍କ ପରିବାର । ଏନେଇ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ତୁରନ୍ତ ସେମାନଙ୍କୁ ଫେରାଇ ଆଣିବା ଦିଗରେ ପ୍ରଚେଷ୍ଟା କରାଯାଉଛି । କିଭଳି ସୁରକ୍ଷିତ ଭାବେ ଗିନିରୁ ସେମାନଙ୍କୁ ଭାରତ ଫେରାଇଅଣାଯିବ ସେ ଦିଗରେ ବୈଦେଶିକ ମନ୍ତ୍ରାଳୟ ସହ ଯୋଗଯୋଗ କରାଯାଉଛି ।