ରାଜ୍ୟରେ ବିଶେଷ ଘାତକ ନୁହେଁ ଡେଲ୍ଟା ପ୍ଲସ ଭାରିଆଣ୍ଟ । ଆଇଏଲଏସ ନିର୍ଦ୍ଦେଶକ କହିଲେ ଘାତକ ହୋଇଥିଲେ ଦେବଗଡ ଜିଲ୍ଲା ସାରା ବ୍ୟାପି ଯାଆନ୍ତାଣି ଭୂତାଣୁ

289

କନକ ବ୍ୟୁରୋ : ଡ଼େଲଟା ପ୍ଲସ ଭ୍ୟାରିଆଣ୍ଟକୁ ନେଇ ପ୍ରତିକ୍ରିୟା ରଖିଲେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା । କହିଲେ ଡ଼େଲଟା ପ୍ଲସ ଭ୍ୟାରିଆଣ୍ଟ ବିଶେଷ ଘାତକୁ ନୁହେଁ । ଯଦି ଘାତକ ହୋଇଥାଆନ୍ତା ଏହା ଦେବଗଡ଼ ଜିଲ୍ଲାରେ ବ୍ୟାପିସାରନ୍ତାଣି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଜଣଙ୍କ ଏବେ ସୁସ୍ଥ ଅଛନ୍ତି । ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କୌଣସି ଆବଶ୍ୟକତା ନାହିଁ । ତଥାପି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ଓଡ଼ିଶା, ବିହାର, ଛତିଶଗଡ଼, ଝଡ଼ଖଣ୍ଡ ଭଳି ୪ ରାଜ୍ୟରୁ ୩ହଜାର ୮ଶହ ସାମ୍ପୁଲ ଜେନମ ସିକ୍ୟୁଏନ୍ସିଂ ପାଇଁ ଯାଇଥିଲା । ସେଥି ମଧ୍ୟରୁ ଓଡ଼ିଶାରୁ ୧୧ଶହ ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡ଼େଲଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଡ଼େଲଟା ଭ୍ୟାରିଆଣ୍ଟକୁ ନେଇ ଅନୁଧ୍ୟାନ ଚାଲିଛି । କରୋନା ନିୟମ ସବୁବେଳେ ମାନିବାକୁ ପଡ଼ିବ ବୋଲି ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ଅଜୟ ପରିଡ଼ା । ଭ୍ୟାକ୍ସିନ୍ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ତାହାର ତର୍ଜମା ଚାଲିଛି ବୋଲି କହିଛନ୍ତି ଅଜୟ ପରିଡ଼ା
ସେପଟେ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ଦେବଗଡ ଯାଇଛନ୍ତି ଏପିଡୋମିଲୋଜି ଟିମ୍ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି, ସେ କାହା ସାଙ୍ଗରେ ମଶିଥିଲେ, ସେ ଯାହା ସାଙ୍ଗରେ ମିଶୁ ଥିଲେ ସେମାନେ ସଂକ୍ରମିତ ହେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ