କରୋନାର ଦ୍ୱିତୀୟ ଲହରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଦେଶରେ ବଢୁଛି କୋଭିଡ୍ ମୃତ୍ୟୁ । ଆଶ୍ୱସ୍ତିର ବିଷୟ ହେଉଛି, ଶୀଘ୍ର ସୁସ୍ଥ ହେଉଛନ୍ତି ରୋଗୀ ।

183

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି, ମୃତ୍ୟୁ ମଧ୍ୟ ବଢ଼ିଛି । କିନ୍ତୁ ଏହା ସତ୍ତେ୍ୱ ଆଶ୍ୱସ୍ତିର ବିଷୟ ହେଉଛି ଦ୍ୱିତୀୟ ଲହରରେ କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି । କୁହାଯାଉଛି, ପ୍ରଥମ ଲହରରେ ଜଣେ କରୋନା ରୋଗୀକୁ ସୁସ୍ଥ ହେବା ପାଇଁ ଯେତିକି ଦିନ ଲାଗୁଥିଲା ଦ୍ୱିତୀୟ ଲହରରେ ତାହା କମି ଯାଇଛି । ଆଉ ବିଶେଷଜ୍ଞ କହିଛନ୍ତି ସୁସ୍ଥ ହେବା ପରେ ବି ଜଣେ ରୋଗୀ ସଙ୍ଗରୋଧରେ ରହିବା ଦରକାର । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏବେଠାରୁ ସତର୍କ ନହେଲେ ରାଜ୍ୟରେ ଛତିିଶଗଡ ସ୍ଥିତି ଉପୁଜିପାରେ ।

କରୋନାର ଦ୍ୱିତୀୟ ଲହର ଦେଶରେ ଏକପ୍ରକାର ସଂଗୀନ ସ୍ଥିତି ସୃଷ୍ଟି କରିଛି । ତେବେ ଆଶ୍ୱସ୍ତିକର ଖବର ହେଲା, ପ୍ରଥମ ଲହର ତୁନଳାରେ ଶୀଘ୍ର ସୁସ୍ଥ ହେଉଛନ୍ତି ଆକ୍ରାନ୍ତ । ଅର୍ଥାତ ପ୍ରଥମ ଲହରରେ ଜଣେ ବ୍ୟକ୍ତିଙ୍କୁ କରୋନାରୁ ସୁସ୍ଥ ହେବା ପାଇଁ ହାରାହାରି ୧୧ ଦିନ ଲାଗୁଥିଲା, ଦ୍ୱିତୀୟ ଲହରରେ ଏହି ସମୟ ୯ ଦିନକୁ ଖସି ଆସିଛି । ତେବେ ସୁସ୍ଥ ହେବା ପରେ ପରେ ବି ସଂଗରୋଧରେ ରହିବା ଉଚିତ୍ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

ସେହିଭଳି ସଂକ୍ରମିତ ରାଜ୍ୟରୁ ଆସୁଥିବା ଲୋକଙ୍କ ନେଇ ବି ସରକାର ସତର୍କ ହୋଇଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇ ସଙ୍ଗରୋଧରେ ରଖିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସତର୍କ ନେହେଲେ ଛତିଶଗଡ ଭଳି ଅବସ୍ଥା ହୋଇପାରେ ବୋଲି ତଥା ସଂକ୍ରମଣ ଆହୁରି ବଢିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେପଟେ ସ୍ୱାସ୍ୟ ନିର୍ଦ୍ଦେଶକ କହିବା କଥା ହେଲା, ସଂକ୍ରମଣ ବଢୁଥିବାରୁ ସବୁଜାଗାରେ ବେଡ ସଂଖ୍ୟା କୁ ବଢାଯାଉଛି । କୋଭିଡ ହସପଟିଲାକୁ ବି କାଯ ୍ର୍ୟକ୍ଷମ କରାଯାଉଛି । ତେଣୁ ଭୟଭୀତ ହେବାର କିଛି ନାହିଁ ।

ରାଜ୍ୟୱାରି ତଥ୍ୟରୁ ଜଣାପଡିଛି, ପଞ୍ଜାବରେ ସୁସ୍ଥ ହେବାକୁ ୯ ଦିନ ଲାଗୁଥିବାବେଳେ ପଶ୍ଚିମବଙ୍ଗରେ ୮, ଓଡିଶାରେ ୮ ଦିଲ୍ଲୀରେ ଏହା ୭ ରୁ ୩ ଦିନକୁ କମି ଯାଇଛି । ବିହାରରେ ଆରୋଗ୍ୟ ହେବାକୁ ୯ ରୁ ୭ ଦିନକୁ ଖସିଆସିଥିବାବେଳେ ଗୁଜୁରାଟରେ ୧୨ ରୁ ୬ ଦିନକୁ କମି ଯାଇଛି । ମହାରାଷ୍ଟ୍ରରେ ସୁସ୍ଥ ହେବା ସମୟ ୯ରୁ ୭କୁ ହ୍ରାସ ପାଇଛି ।