ବାହାର ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଓଡ଼ିଶାକୁ ଫେରିଲେଣି ପ୍ରବାସୀ । କେମିତି ଚାଲିଛି କରୋନା ଚେକିଂ, ଗଂଜାମ ଜିଲ୍ଲାରେ ଦେଖନ୍ତୁ କନକ ନ୍ୟୁଜର ରିୟଲିଟି ଚେକ୍ ।

161

କନକ ବ୍ୟୁରୋ: ପଡୋଶୀ ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ସେହିପରି ରାଜ୍ୟରେ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକାଧିକ ପଦକ୍ଷେପ ଘୋଷଣା କରାଯାଇଛି । ଗତବର୍ଷ ପ୍ରବାସୀ ଓଡିଆମାନେ ଫେରିବା ପରେ ରାଜ୍ୟରେ କରୋନା ସଂକ୍ରମଣ ବିସ୍ଫୋରକ ହୋଇଥିଲା । ସେଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ, ତାରାତାରିଣୀ ଯାତ୍ରା ସାଙ୍ଗକୁ ବୁଢୀ ଠାକୁରାଣୀ ଯାତ୍ରା ଲାଗି ପ୍ରବାସୀ ଓଡିଆଙ୍କ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ।

ତେବେ ପ୍ରତିଦିନ ବସ ଓ ଟ୍ରେନ ଯୋଗେ ଶହଶହ ଯାତ୍ରୀ ଗଞ୍ଜାମ ଜିଲ୍ଲାକୁ ଫେରୁଛନ୍ତି । ତେଣୁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଆଂଟିଜେନ୍ ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଜିଲ୍ଲା ପ୍ରଶାସନର ଏହି କରୋନା କଟକଣାକୁ କିଭଳି ପାଳନ କରାଯାଉଛି ତାର ରିୟଲିଟି ଚେକ୍ କରିଛନ୍ତି ଆମ ପ୍ରତିନିଧି ଆଲୋକ ସାହୁ ।