କନକ ବ୍ୟୁୁରୋ: କରୋନା ସହ ଲଢେଇ । ଭାରତରେ ଆସନ୍ତା ଶନିବାରରୁ ଆରମ୍ଭ ହେବ ଟିକାକରଣ । ଏଥିପାଇଁ ପ୍ରସ୍ତୁତି ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଂଚିଛି । ଆଉ ଏହି ଟିକାକରଣକୁ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା କରି ରହିଛି । ସବୁ ରାଜ୍ୟରେ ଟିକାକରଣ ପାଇଁ ମହାଅଭ୍ୟାସ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ପାଇବେ । ତେବେ ଏହି ଟିକାକରଣ କେମିତି ହେବ । ଆଉ ଏହା ପୂର୍ବରୁ ଆପଣଙ୍କୁ କିଛି ତଥ୍ୟ ଜାଣିବାକୁ ପଡିବ । କିଏ ପାଇବ ଟିକା ଓ ଭାରତ ଏଥିପାଇଁ କେତେ ପ୍ରସ୍ତୁତ ତା ଉପରେ ନଜର ପକାନ୍ତୁ ।
୧. କିଏ ପାଇବ ଟିକା ?
-ପ୍ରାଥମିକତା ଭିତ୍ତିରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ମିଳିବ ଟିକା । ସେହିଭଳି ୫୦ ବର୍ଷରୁ ଅଧିକ ଲୋକ ଓ ଏକାଧିକ ରୋଗରେ ପୀଡିତ ଲୋକ ଟିକା ପାଇବେ ।
୨. ଭାରତ କେତେ ପ୍ରସ୍ତୁତ ?
-୩ଟି ପର୍ଯ୍ୟାୟରେ ଦେଶରେ ଡ୍ରାଏରନ ହୋଇଛି
-୨୮-୨୯ରେ ୪ ଟି ରାଜ୍ୟରେ ଡ୍ରାଏ ରନ
-ଜାନୁଆରୀ ୩ରେ ୭୪ ଜିଲ୍ôଲାରେ ଡ୍ରାଏରନ
-୮ ତାରିଖରେ ଦେଶବ୍ୟାପୀ ଅଭ୍ୟାସ
-୨ ହଜାର ୩୬୦ ଜଣଙ୍କୁ ଟିକା ପାଇଁ ତାଲିମ
୩. କେଉଁ ଟିକାକୁ ଅନୁମତି ?
-ବର୍ତ୍ତମାନ କେବଳ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାରକୁ ଅନୁମତି
-ଜରୁରୀକାଳୀନ ବ୍ୟବହାର ପାଇଁ ଆଉ ୭ ଟିକା ଅନୁମତି ଅପେକ୍ଷାରେ
୪. ଟିକା ପାଇଁ ରେଜଷ୍ଟ୍ରେସନ ଜରୁରୀ କି ?
-ଟିକା ପାଇବାକୁ ହେଲେ ପଞ୍ଜିକରଣ ଜରୁରୀ
-କୋ-ୱିନ ଆପ୍ଲିକେଶନ ଜରିଆରେ ରେଜିଷ୍ଟ୍ରେସନ
-ବର୍ତ୍ତମାନ ଏହି ଆପ୍ଲିକେଶନ ଲୋକଙ୍କ ବ୍ୟବହାର ପାଇଁ ଆସିନାହିଁ
୫. ପଞ୍ଜିକରଣ ପାଇଁ ପରିଚୟପତ୍ର ଜରୁରୀ କି ?
-ଡ୍ରାଇଭିଂ ଲାଇସେନ୍ସ, ସ୍ୱାସ୍ଥ୍ୟ ପରିଚୟପତ୍ର, ପ୍ୟାନ କାର୍ଡ, ମନରେଗା କାର୍ଡ,
-ବ୍ୟାଙ୍କ ଓ ପୋଷ୍ଟଅଫିସ ଜମା ଖାତା, ଭୋଟର କାର୍ଡ, ପେନସନ କାଗଜପତ୍ର
୬. କେଉଁ ଦେଶରେ ଚାଲିଛି ଟିକାକରଣ?
-ବ୍ରିଟେନ ଓ ଆମେରିକାରେ ଚାଲିଛି ଟିକାକରଣ
-୩୫ରୁ ଅଧିକ ଦେଶରେ ଟିକା ଅଭିଯାନ ଚାଲିଛି
୭. କରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ଜରୁରୀ କି ?
-ବିଶେଷଜ୍ଞଙ୍କ ମତରେ କୋଭିଡ ଭଲ ହୋଇଥିବା ବ୍ୟକ୍ତି ବି ଟିକା ନେବା ଦରକାର
-ଟିକା ରୋଗପ୍ରତିଷେଧକ ବଢାଇବାରେ ସହାୟକ ହେବ