କନକ ବ୍ୟୁରୋ : କେବେ ଆସିବ କରୋନାର ତୃତୀୟ ଲହର ? କେଉଁ ପରିସ୍ଥିତିରେ ଆସିବ ତୃତୀୟ ଲହର ? ଯଦି ଆସିବ ଏହା କେତେ ଭୟଙ୍କର ହେବ ? ଏଭଳି କିଛି ଆକଳନ ଭିତରେ ଏକ ବଡ଼ ବୟାନ ରଖିଛନ୍ତି ଦିଲ୍ଲୀ ସବଦରଜଙ୍ଗ ହସ୍ପିଟାଲର ବରିଷ୍ଠ ଡାକ୍ତର ଜୁଗଲ କିଶୋର । ସେ କହିଛନ୍ତି ମୁଖ୍ୟତଃ ଦୁଇଟି ପରିସ୍ଥିତିରେ କରୋନାର ତୃତୀୟ ଲହରର ପ୍ରଭାବ ଦେଖିବାକୁ ମିଳିବ । ପ୍ରଥମରେ ବର୍ତମାନ ଥିବା କରୋନା ଭୂତାଣୁ ଲୋକଙ୍କୁ କ୍ରମାଗତ ଭାବେ ସଂକ୍ରମଣ କରି ଚାଲିବ, ଯେପର୍ଯ୍ୟନ୍ତ ଲୋକଙ୍କ ଦେହରେ ଆଂଟିବଡ଼ି ତିଆରି ନହୋଇଛି । ଯାହାର ପ୍ରଭାବରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ।

Advertisment

ଦ୍ୱିତୀୟରେ ଯଦି କରୋନାର ଏକ ନୂଆ ଭାରିଆଂଟ ଆସିବ ଏବଂ କ୍ରମାଗତ ଭାବେ ସଂକ୍ରମଣ ବଢ଼ାଇବ, ତାଦ୍ୱାରା କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଜୁଗଲ କିଶୋରଙ୍କ କହିବା କଥା ହେଲା, ତୃତୀୟ ଲହର ଦ୍ୱିତୀୟ ଲହର ଭଳି ଏତେ ଭୟଙ୍କର ହୋଇନପାରେ । କିନ୍ତୁ ଏସବୁ ବାହରେ ଯଦି କୌଣସି ନୂଆ ଭାରିଆଂଟ ଆସିଲା ଏବଂ ତାହା ଟିକାର ସୁରକ୍ଷା ଏବଂ ଆଂଟିବଡ଼ିର ସୁରକ୍ଷାକୁ ପ୍ରତିହତ କରିପାରିଲା ତାହା ଭୟଙ୍କର ରୂପ ନେଇପାରେ ବୋଲି ସବଦରଜଙ୍ଗ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ୍ ବିଭାଗର ମୁଖ୍ୟ ଡାକ୍ତର ଜୁଗଲ କିଶୋର କହିଛନ୍ତି । ଏସବୁ ଭିତରେ ସେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ତାଙ୍କ ଆକଳନ ଅନୁସାରେ ଡେଲଟା ଭାଇରସ୍ ଏବଂ ଡେଲଟା ପ୍ଲସ୍ ଭାଇରସ୍ ଭିତରେ ବେଶି ବଡ଼ ପ୍ରଭେଦ ନାହିଁ ।