କରୋନା ପାଇଁ କଠୋର ହୋଇପଡିଛି ଚୀନ୍ : ସଂନ୍ଦିଗ୍ଧଙ୍କୁ ବାକ୍ସରେ ପୁରାଇ ଟ୍ରକ୍ ରେ ବୋହି ନେଉଛି ଚୀନ୍ ପ୍ରଶାସନ ।

2,605

କରୋନା ଭାଇରସ୍ କୁ ଦେଶରୁ ଦୂରେଇବା ପାଇଁ ଚୀନ୍ ସବୁ ଉପାୟକୁ ଆପଣାଉଛି । ୯୦୦ ଜୀବନ ନେଇଥିବା କରୋନା ବର୍ତ୍ତମାନ ୪୦,୧୭୧ ଲୋକଙ୍କୁ ସଂକ୍ରମଣ କଲାଣି । ଏତଦ୍ ବ୍ୟତୀତ ୧୮୭,୫୧୮ ଜଣ ଲୋକ ଚିକିତ୍ସକଙ୍କ ନଜରରେ ରହିଛନ୍ତି । ଏଭଳି ସ୍ଥିତିରେ ଚୀନ୍ ରୁ କିଛି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ଚୀନ୍ ଅଧିକାରୀମାନଙ୍କ କ୍ରୁରତାର ଚିତ୍ର ବାରି ହୋଇପଡୁଛି । ଭିିଡିଓରେ ଜଣେ କରୋନା ଭାଇରସ୍ ସଂନ୍ଦିଗ୍ଧଙ୍କୁ ଅଧିକାରୀମାନେ ଜୋର୍ ଜବରଦସ୍ତ ଟେକି ନେଇ ଟ୍ରକ୍ ରେ ଥିବା ଏକ ବଡ଼ ବାକ୍ସରେ ରଖୁଛନ୍ତି । ବକ୍ସରେ ବନ୍ଦ ହେବା ପରେ ଉକ୍ତ ମହିଳାଙ୍କୁ ଟ୍ରକ୍ ଯୋଗେ ଯାଞ୍ଚ୍ ପାଇଁ ନିଆଯାଉଛି । ମହିଳାଙ୍କ ସ୍ୱାମୀ ତାଙ୍କୁ ସାନ୍ତ୍ୱନା ଦେଉଥିବା ବେଳେ ବନ୍ଦ ହେବା ପରେ ମହିଳା ଜଣକ ଜୋର୍ ଜୋର୍ ରେ ବାକ୍ସ ପିଟି କାନ୍ଦୁଥିବାର ଦେଖାଯାଉଛି ।

ସେହିଭଳି ଅନ୍ୟ ଏକ ଭିଡିଓରେ ଚୀନ୍ ପୋଲିସ୍ କରୋନା ଭାଇରସ୍ ସଂକ୍ରମିତ ମହିଳାଙ୍କୁ ଜବରଦସ୍ତ ଭାବେ କାର୍ ରୁ ବାହାର କରୁଥିବାର ଦେଖାଯାଉଛି । ମହିଳାଙ୍କୁ ପରେ ଟ୍ରାନ୍ସପୋର୍ଟ ଭ୍ୟାନ୍ ଆସି ବୋହି ନେଇଯାଉଥିବା ଦୃଶ୍ୟ ଏହି ଭିଡିଓରେ ଦେଖାଯାଉଛି । ତେବେ ଚୀନ୍ ଅଧିକାରୀଙ୍କ ଏଭଳି କାମକୁ ସମସ୍ତେ ନିନ୍ଦା କରିବା ସହ ପ୍ରତିବାଦ କରୁଛନ୍ତି । କିଛି ୟୁଜର୍ସ ଏନେଇ କହୁଛନ୍ତି ଯେ ଚୀନ୍ ନିଜ ଦୋଷ ଲୁଚାଇବା ପାଇଁ ଏଭଳି କାମ କରୁଛି । ଚୀନ୍ ପ୍ରଶାସନ ଭାଇରସ୍ ର କେନ୍ଦ୍ରସ୍ଥଳୀ କୁହାଯାଉଥିବା ବୁହାନ୍ କୁ ମଧ୍ୟ ସମ୍ପୁର୍ଣ୍ଣ ରୁପେ ବନ୍ଦ କରିଦେଇଛନ୍ତି । କେବେ ବ୍ୟସ୍ତ ରହୁଥିବା ବୁହାନ୍ ସହରରେ ଆଜି ଭୁତ ବୁଲୁଥିବା ଦେଖାଯାଉଛି । ଖାଁ ଖାଁ ହୋଇପଡିଛି ଚୀନ୍ ।