କନକ ବ୍ୟୁରୋ : ବିଶ୍ୱ ବହୁତ ଆଗକୁ ବଢିଚାଲିଛି । ନିଜେ ମଣିଷ ଜ୍ଞାନକୌଶଳକୁ ପ୍ରୟୋଗ କରି ଏହାକୁ ପରିବର୍ତ୍ତନ କରିସାରିଛି । ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ରୋବଟ ମଣିଷର ସ୍ଥାନ ନେବା ଆରମ୍ଭ କରିସାରିଛି । ତେବେ ପ୍ରଶ୍ନ ଏହା ମଧ୍ୟ ଉଠୁଛି ଯେ ଏହି ରୋବଟ କେଉଁ ଭାଷାରେ କଥା ହୋଇଥାନ୍ତି । ବା ଏହି ରୋବଟ କେଉଁ ସବୁ ଭାଷାର ବ୍ୟବହାର କରିଥାନ୍ତି । ରୋବଟର ମଧ୍ୟ ନିଜର ଭାଷା ରହିଛି । ତେବେ ମଣିଷ ଭଳି ସବୁ ରୋବଟ ଗୋଟିଏ ଭାଷା କହିନଥାନ୍ତି ।

Advertisment

ଅସଲରେ ରୋବଟ କେବଳ ନିଜର ପ୍ରୋଗ୍ରାମିଂର ଭାଷାକୁ ବୁଝିଥାନ୍ତି । ଏହା ତାଙ୍କୁ କହିଥାଏ ଯେ ତାଙ୍କୁ କେଉଁ ନିର୍ଦ୍ଦେଶ ପାଳନ କରିବା ଦରକାର । ବୈଜ୍ଞାନିକ ଗ୍ରେସ ହୁପର ୧୯୫୯ ମସିହାରେ ବ୍ୟବସାୟୀଙ୍କ ସହାୟତାରେ ପ୍ରଥମ ପ୍ରୋଗ୍ରାମିଂ ଭାଷାକୁ ବିକଶିତ କରିଥିଲେ । ଏହା ପରେ ଅନେକ ବୈଜ୍ଞାନିକ ଅଲଗା ଅଲଗା ପ୍ରୋଗ୍ରାମିଂର ଭାଷାକୁ ବିକଶିତ କରି୍ଥିଲେ । ପ୍ରୋଗ୍ରାମିଂର ପ୍ରତ୍ୟେକ ଭାଷା ଅଲଗା ଅଲଗା କାମ ପାଇଁ ନିର୍ଦ୍ଦେଶ ଦେଇଥାଏ ।

ନିକଟରେ ରୋବଟକୁ ଅଲଗା ଅଲଗା କାମ ପାଇଁ ବ୍ୟବହାର କରାଯାଇଛି । ଏଥିରୁ ଏଭଳି ଅନେକ କାମ ରହିଛି ଯାହା ମଣିଷ କରିପାରିବ କିମ୍ବା କରିବାକୁ ଚାହିଁବ ନାହିଁ । ରୋବଟ ବର୍ତ୍ତମାନ ମଣିଷର ବିକଳ୍ପ ଭାବେ ବ୍ୟବହୃତ ହେଉଛି । କିଛି ମହତ୍ତ୍ୱପୂର୍ଣ୍ଣ କାମ ପାଇଁ ମଧ୍ୟ ରୋବଟର ସାହାଯ୍ୟ ନିଆଯାଉଛି । ଉଦାହରଣ ସ୍ୱରୂପ ପାଣି ଭିତରେ କାମ କରିବା ମଣିଷ ପାଇଁ ସମ୍ଭବ ହେଉନଥିବା ବେଳେ ରୋବଟ ଏହି କାମକୁ କରିଥାଏ । ଆଜିର ଦିନରେ ରୋବଟ ମେଡିକାଲରେ ଅପରେସନଠାରୁ ନେଇ ମହାକାଶ ଗବେଷଣା କ୍ଷେତ୍ରରେ ନିଜର କରାମତି ଦେଖାଉଛି । ୨୦୧୮ ମସିହାରେ ରୋବଟ ସାଇନ୍ସକୁ ମହାକାଶର ଦାୟିତ୍ୱ ମିଳିଥିଲା । ତେବେ ଏଠି ପ୍ରଶ୍ନ ଉଠିଥିଲା ଯେ ରୋବଟ ଭାଷାକୁ ଜାଣନ୍ତି କେମିତି ଆଉ ବୁଝନ୍ତି କଣ ?

ଶିଶୁଙ୍କ କ୍ଷେତ୍ରରେ ଭାଷା ଶିଖିବା ଏବଂ କହିବା ନେଇ ଆଜି ମଧ୍ୟ ଗବେଷଣା ଜାରିରହିଛି । ତେବେ ରୋବଟ କ୍ଷେତ୍ରରେ କହିବା ବହୁତ ସହଜ ଯେ ସେ କେଉଁ ଭାଷା କହିଥାଏ ଏବଂ କେମିତି ଏହାକୁ ଶିଖିଥାଏ ।

ରୋବଟ ମଧ୍ୟ କଥା କହିଥାଏ । ସେ ଶବ୍ଦ କହିଥାଏ ଯାହା ମଣିଷ ପୂର୍ବରୁ ଥରେ କହିସାରିଥାଏ । ଏହି ଶବ୍ଦ ଏବଂ ଭାଷା ରୋବଟର ଡାଟା ବ୍ୟାଙ୍କରେ ସୁରକ୍ଷିତ ଥାଏ । ମଣିଷ ଯାହା ପୂର୍ବରୁ କହିଥାଏ ତାହା ଏଠାରେ ଥାଏ । ଜରୁରୀ ହେବା ପରେ ସେ ଡାଟା ବ୍ୟାଙ୍କରୁ ଏହି ଶବ୍ଦ ବାହାର କରିଏହାକୁ ବ୍ୟବହବାର କରିଥାଏ । କିଛି ରୋବଟ ପୂର୍ବରୁ ଥିବା ଡାଟା ଆଧାରରେ ନିଜର ଭାଷାକୁ ଶୁଣିଥାନ୍ତି । ଏହିଭଳି ଭାବେ ସେ ଶବ୍ଦକୁ ବଦଳାଇ ଏବଂ ସାଉଣ୍ଡ ମେସିନର ସହାୟତାରେ ନିଜର କଥାକୁ ଲୋକଙ୍କ ଆଗରେ ରଖିଥାନ୍ତି ।