ଭୁବନେଶ୍ୱରର ସାଲିଆ ସାହିରେ କେମିତି କମିଲା ସଂକ୍ରମଣ? ବିଏମସି କମିଶନର ଦେଲେ ସୂଚନା…ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ, ବସ୍ତି ବାସିନ୍ଦାଙ୍କୁ ଘରୋଇ ସଂଗରୋଧ ମନା ।

1,132

କନକ ବ୍ୟୁରୋ: ସାଲିଆ ସାହିରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବି ସଂକ୍ରମଣକୁ ରୋକା ଯାଇପାରିଛି । ରାଜଧାନୀର ୩୩ ପ୍ରତିଶତ ଲୋକ ବସ୍ତି ଅଂଚଳରେ ରହୁଛନ୍ତି । କିନ୍ତୁ ଏଠାରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଭୁବନୋଶ୍ୱର ମହାନଗର ନିଗମ ସତର୍କ ରହିଛି । ପ୍ରତିଦିନ ବସ୍ତିି ଅଂଚଳରେ ମନିଟରିଂ କରାଯାଉଛିି । ଫଳରେ ଏଠାରେ କରୋନା ସଂକ୍ରମଣ ରୋକାଯାଇପାରିଛି ।

ଏପରିକି ବସ୍ତିରେ ରହୁଥିବା ଲୋକେ ଆମର ନିକଟରେ କାମ କରୁଛନ୍ତି । ଏମାନେ ଦୋକାନ ଓ ବଜାରରେ କାମ କରୁଛନ୍ତି । ଘରକୁ ଆସି ମଧ୍ୟ କାମ କରୁଛନ୍ତି। ସହରାଂଚଳରେ ହୋମ କ୍ୱାରେଣ୍ଟାଇନ ଅନୁମତି ଥିଲେ ମଧ୍ୟ ଆମେ ସେମାନଙ୍କୁ ସରକାରୀ ସଂଗରୋଧରେ ରଖୁଛୁ । ବସ୍ତି କମିଟି ଗଠନ କରି ୧୨୦ ଯୁବକ ଯୁବତୀଙ୍କ ନେତୃତ୍ୱରେ ବସ୍ତି ଅଂଚଳରେ କମିଟି କାମ କରାଯାୁଛି । ସୁବାଷ ନଗର ଅଂଚଳରେ ୬ ଜଣ ପଜିଟିଭ ବାହାରିଛନ୍ତି । ଜଣେ ଦିଲ୍ଲୀ ଫେରନ୍ତା କରୋନା ପଜିଟିଭ ବାହାରିବା ପରେ ଆକ୍ଟିଭ ସର୍ଭିଲାନ୍ସ କରାଯାଇଥିଲା । ଫଳରେ ଅନ୍ୟ ୫ ଜଣ ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି। ସେହି ଅଂଚଳକୁ ଅବରୋଧ ଅଂଚଳ କରାଯାଇଛି ।

ସେପଟେ ସାଲିଆ ସାହିରେ ୪ ଜଣ ସକ୍ରିୟ ଥିବାବେଳେ ୪୫୭ ଲୋକଙ୍କର ବର୍ତ୍ତନାମନ ସୁଦ୍ଧା ନମୁନା ପରୀକ୍ଷା ହୋଇଛି । କିନ୍ତୁ କେହି ବି ପଜିଟିଭ ଚିହ୍ନଟ ହୋଇ ନାହାନ୍ତି। ବସ୍ତି ଅଚଂଳରକୁ ଗୁରୁତ୍ୱ ଦିଆଯାଉଛି। ରାଜଧାନୀର ଏକ ଘରୋଇ ହସ୍‌ପିଟାଲରେ ଆମେ ୩୯ ପଜିଟିଭ ପାଇଛୁ । ତେବେ ଭୁବନେଶ୍ୱରରେ ମୋଟ୍ ୨୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୮ଜଣ ସୁସ୍ଥ ହୋଇଛନ୍ତି, ଏବେ ୧୩୨ ଜଣ ସକ୍ରିୟ ଅଛନ୍ତି । ସକ୍ରିୟ ଥିବା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମନାନ୍ଦ ଚୌଧୁରୀ । ଏଥିସହ କହିଛନ୍ତି, ସତର୍କ ନରହିଲେ ରାଜଧାନୀରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ।