କନକ ବ୍ୟୁରୋ : ଆସନ୍ତା ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି ଅଛି । ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନାଁ ବିରୋଧୀ ମେଂଟ ସରକାର ଗଢିବାରେ ସଫଳ ହେବ ତାକୁ ନେଇ ସବୁଠି ଚର୍ଚ୍ଚା । ଆଉ ଆଗୁଆ ନିର୍ବାଚନକୁ ନଜରରେ ରଖି ବିରୋଧୀ ଏବେଠୁ ରଣନୀତି ପ୍ରସ୍ତୁତ କରିଲେଣି । ଆସନ୍ତା ୨୩ ତାରିଖରେ ପାଟନାରେ ୧୫ରୁ ଅଧିକ ବିରୋଧୀ ଦଳଙ୍କ ବୈଠକ ହେବାର ଅଛି । ବିଜେପିକୁ ହରାଇବାକୁ ନିଜ ନିଜ ଭିତରେ ବିବାଦ ସତ୍ତେ୍ୱ ଜେଡ଼ିଏସ, ଟିଏମସି, ଆପ୍, କଂଗ୍ରେସ, ସମାଜବଦୀ ପାର୍ଟି ଭଳି ଦଳ ଏହି ବୈଠକରେ ଏକାଠି ହେଉଛନ୍ତି । ଲୋକସଭା ନିର୍ବାଚନରେ ବିଭିନ୍ନ ରାଜ୍ୟରେ ଆସନ ଭାଗବଂଟା ନେଇ ବିରୋଧୀଦଳଗୁଡିକ ମଧ୍ୟରେ ଆଲୋଚନା ହେବାର ଅଛି । ଏହାରି ଭିତରେ ବିରୋଧୀ ମେଂଟକୁ ଚେକ୍ ଦେବାକୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି ମୋଦୀ । ମହାରାଷ୍ଟ୍ରରେ ଶିବସେନା ଏବଂ ତାମିଲନାଡୁର ଏଆଇଏଡିଏମକେ ସହ ବିବାଦର ସମାଧାନ ସମାଧାନ କରିବାକୁ ଚେଷ୍ଟା ଚଳାଇଛି ବିଜେପି ।

Advertisment

ବିରୋଧୀ ମେଣ୍ଟର କିଏ ନେତୃତ୍ୱ ନେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଥିବା ବେଳେ ମେଂଟ ପାଇଁ କଂଗ୍ରେସ ଆଗରେ ସର୍ତ ରଖିଛନ୍ତି ଆପ୍ର ଅରବିନ୍ଦ କେଜରୀୱାଲ ଓ ଟିଏମସିର ମମତା ବାନାର୍ଜୀ । ଲୋକସଭା ନିର୍ବାଚନରେ ଯଦି କଂଗ୍ରେସ ଦିଲ୍ଲୀ ଓ ପଞ୍ଜାବରେ ପ୍ରାର୍ଥୀ ନଦିଏ, ତେବେ ଆପ୍ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ପ୍ରାର୍ଥୀ ଦେବ ନାହିଁ । ସେହିପରି ପଶ୍ଚିମବଙ୍ଗରେ ମେଂଟ ହେଲେ କଂଗ୍ରେସକୁ ଅଧିକ ସିଟ୍ ଛାଡିବାକୁ ରାଜି ନାହାଁନ୍ତି ମମତା ବାନାର୍ଜୀ । ମେଂଟ ପାଇଁ ସବୁ ସର୍ତରେ କଂଗ୍ରେସ ରାଜି ହେବାରେ କୌଣସି ଅସୁବିଧା ନାହିଁ ଯଦି ରାହୁଲ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ହେବାକୁ ରାହୁଲ ଗାନ୍ଧୀଙ୍କ ସମେତ ଅରବିନ୍ଦ କେଜାରୀୱାଲ, ମମତା ବନାର୍ଜୀ, ନୀତୀଶ କୁମାରଙ୍କ ବି ଇଛା ଅଛି ।

ଜୁନ୍ ୨୩ ତାରିଖରେ ବିହାରରେ ହେବାକୁ ଥିବା ବିରୋଧୀଙ୍କ ବଡ଼ ବୈଠକକୁ ଟକ୍କର ଦେବାକୁ ସେହିଦିନ ଆମେରିକାରେ ଭାରତୀୟ ବଂଶଧରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ମୋଦୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।