୨୦୨୪ ନିର୍ବାଚନରେ ବିଜେପିକୁ ପରାଜିତ କରିହେବ? ପ୍ରଶାନ୍ତ କିଶୋର ଦେଲେ ଏହି ତିନି ସୂତ୍ରୀ ଫର୍ମୁଲା ।

978

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହରାଯାଇପାରିବ । ଏଥିପାଇଁ ବିରୋଧୀଙ୍କୁ କେବଳ ୩ଟି ବିଷୟରେ ଉପରେ ଧ୍ୟାନ ଦେବାକୁ ପଡିବ । ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର । ଖାଲି ସେତିକି ନୁହେଁ ବିଜେପି କାହିଁକି ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ଭୋଗିଲା ସେ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ପିକେ ।

ପ୍ରଶାନ୍ତ କିଶୋରଙ୍କ କହିବା କଥା, ବିଜେପି ହିନ୍ଦୁତ୍ୱ, ଚରମ ରାଷ୍ଟ୍ରବାଦ ଓ ଲୋକ ଜନକଲ୍ୟାଣକାରୀ ନୀତିକୁ ନେଇ ଏବେ ମଜଭୁତ୍ ସ୍ଥିତିରେ ଅଛି । ଏହି ବିଷୟକୁ ଧ୍ୱଂସ ନକରିବା ପର୍ଯ୍ୟନ୍ତ ବିରୋଧୀ ଦଳମାନେ ବିଜେପି ବିରୋଧରେ ଜିତାପଟ ହାସଲ କରିପାରିବେ ନାହିଁ । ତେବେ ଏହି ତିନୋଟି ନୀତି ଭିତରୁ (ହିନ୍ଦୁତ୍ୱ, ଚରମ ରାଷ୍ଟ୍ରବାଦ ଓ ଲୋକ ଜନକଲ୍ୟାଣକାରୀ ନୀତି) ଅତି କମରେ ୨ଟି ବିଷୟରେ ବିରୋଧୀ ଦଳ ବିଜେପିକୁ କାଉଣ୍ଟର ଆଟାକ୍ କରିବାକୁ ହେବ । ଏପରି କଲେ ହିଁ ୨୦୨୪ ନିର୍ବାଚନରେ ବିଜେପିକୁ ପରାଜିତ କରିହେବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

ଅନ୍ୟପଟେ ଗତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି କାହିଁକି ପରାଜୟ ଭୋଗିଲା ସେନେଇ ମଧ୍ୟ ପିକେ ମୁହଁ ଖୋଲିଛନ୍ତି । ବିଜେପିର ଚରମ ରାଷ୍ଟ୍ରବାଦ ଫର୍ମୁଲ ପଶ୍ଚିମବଙ୍ଗରେ କାମ କଲା ନାହିଁ । ମମତା ବାନାର୍ଜୀ ଏହାର ମୁକାବିଲା କରିବାକୁ ଯାଇ ବଙ୍ଗାଳୀ ଅସ୍ମିତାର କଥା ସାମ୍ନାକୁ ଆଣିଥିଲେ । ଯାହାର ଫଳସ୍ୱରୂପ ବିଜେପି ପଶ୍ଚିମବଙ୍ଗରେ ବହୁମତ ହାସଲ କରିପାରିଲା ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ସୂଚନାଯୋଗ୍ୟ ଯେ, ବିଜେପି ପ୍ରତି ନିର୍ବାଚନରେ ରାଷ୍ଟ୍ରବାଦ ଓ ହିନ୍ଦୁତ୍ୱ ନାରା ଦେଇ ଇଲେକ୍ସନ ଲଢିଥାଏ । ଯାହାକି ଦଳକୁ ଫାଇଦା ମଧ୍ୟ ଦେଇଥାଏ । ହେଲେ ବିଜେପିର ଏହି ଚାଲ୍ କିନ୍ତୁ ପଶ୍ଚିମବଙ୍ଗ ନିର୍ବାଚନରେ କାମ ଦେଇନଥିଲା । ଏପରି ସ୍ଥଳେ ବିରୋଧୀ ମାନେ ଏବେ ବିଜେପିକୁ ପରାଜିତ କରିବାକୁ ପଶ୍ଚିମବଙ୍ଗ ଫର୍ମୁଲା ଆପଣାଉଥିବା ସୂଚନା ମିଳୁଛି ।