କନକ ବ୍ୟୁରୋ : ଆଜିକାଲି ମଣିଷ ଏତେମାତ୍ରାରେ ବ୍ୟସ୍ତ ଯେ, କୌଣସି କାମରେ ଆଉ ସେ ଘଣ୍ଟା ଘଣ୍ଟା ଧରି ସମୟ ଅତିବାହିତ କରିବାକୁ ଇଚ୍ଛା କରୁନାହିଁ । ଏହି ପରିପେକ୍ଷୀରେ ଠିଆ ହୋଇ ଖାଦ୍ୟ ଖାଇବା ଏକ ଅଭ୍ୟାସରେ ପରିଣତ ହେଲାଣି ।

Kanak News is now on WhatsApp
Join and get latest news updates delivered to you via WhatsApp
ଯେଭଳି ଠିଆ ହୋଇ ପାଣି ପିଇବା ଯେପରି ହାନିକାରକ, ସେହିଭଳି ଠିଆ ହୋଇ ମଧ୍ୟ ଖାଇବା ମଧ୍ୟ ପାଚନତନ୍ତ୍ର ପାଇଁ କ୍ଷତିକାରକ ହୋଇଥାଏ । ଯେତେବେଳେ ଆମେ ଠିଆ ହୋଇ ଖାଦ୍ୟ ଖାଇଥାଉ ଏହାର ପରିମାଣ ସ୍ୱରୁପ ଆମେ ଜାଣିପାରୁ ନ ଥାଉ ପେଟ ଭରିଛି କି ନାହିଁ । ଠିଆ ହୋଇ ଖାଇବା ଦ୍ୱାରା ସମୟ କମିଯାଇପାରେ, କିନ୍ତୁ ଏଥିପାଇଁ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି ।
ଅଧିକ ଭୋକ ଲାଗିଥାଏ
ଯେଉଁ ଲୋକମାନେ ଠିଆ ହୋଇ ଖାଦ୍ୟ ଖାଆନ୍ତି ସେମାନଙ୍କୁ ଅଧିକ ଭୋକ କରିଥାଏ । କାରଣ ଖାଦ୍ୟ ଶୀଘ୍ର ହଜମ ହୋଇ ଅଧିକ ଭୋକ କରିଥାଏ । ଆବଶ୍ୟକତାଠାରୁ ଅଧିକ ଖାଇବା ଯୋଗୁଁ ଏହା ଅନ୍ୟ ରୋଗଗୁଡିକ ଡାକି ଆଣେ ।
ପାଚନକୁ ପ୍ରଭାବିତ କରିଥାଏ
ଠିଆହୋଇ ଖାଦ୍ୟ ଖାଇବା ଦ୍ୱାରା ଜଣେ ଖାଦ୍ୟକୁ କମ୍ ଚୋବାଇ ଥାନ୍ତି । ଖାଦ୍ୟ ଶୀଘ୍ର ପାଚନତନ୍ତ୍ରକୁ ଆସିବା ଦ୍ୱାରା ଏଥିରୁ ପୋଷକତତ୍ତ୍ୱ ମଧ୍ୟ ଠିକ୍ ଭାବେ ଅବଶୋଷିତ ହୋଇପାରେ ନାହିଁ । ଏଥିଯୋଗୁଁ ଗ୍ୟାସ୍ ଓ ଏସିଡିଟି ସମସ୍ୟା ଦେଖାଯାଇଥାଏ ।
ମେଦବୃଦ୍ଧି
ଯେତେବେଳେ ଆମେ ଭୂମି ଉପରେ ବସି ଖାଦ୍ୟଗ୍ରହଣ କରୁ, ସେତେବେଳେ ଜଣେ କେବଳ ଖାଦ୍ୟ ଉପରେ ମନୋନିବେଶ କରିଥାଏ । ଠିଆ ହୋଇ ଖାଇବାବେଳେ ଜଣେ ଏତେତେଣେ ବୁଲୁଥାଏ, ଖାଦ୍ୟରେ ମନ ନଥାଏ । ଫଳରେ ଜଣେ ଆବଶ୍ୟକତାଠାରୁ ଅଧିକ ଖାଇଥାଏ । ଏଥିଯୋଗୁଁ ଜଣେ ମେଦବୃଦ୍ଧିରେ ଆକ୍ରାନ୍ତ ହୋଇପାରନ୍ତି ।