ଆସନ୍ତା ସପ୍ତାହରେ କଶ୍ମୀରରେ ହେବ ‘ ଜି-୨୦ ସମ୍ମିଳନୀ” । ଚାଲିଛି ଜୋରଦାର ପ୍ରସ୍ତୁତି

170

କନକ ବ୍ୟୁରୋ : ଆସନ୍ତା ସପ୍ତାହରେ କଶ୍ମୀରରେ ହେବ ‘ ଜି-୨୦ ସମ୍ମିଳନୀ” । ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆସନ୍ତା ୨୨ତାରିଖରୁ ୨୪ ତାରିଖ ଯାଏଁ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ତେବେ ଡ଼ାଲ ହ୍ରଦ ନିକଟରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ଡ଼ାଲ ହ୍ରଦରେ ବିଶେଷ ଡ୍ରିଲ ମଧ୍ୟ କରାଯାଇଛି । ବିଭିନ୍ନ ସ୍ଥାନରେ ସେନାମାନେ ନିୟୋଜିତ ହେବା ସହ କଡ଼ା ପାଟ୍ରୋଲିଙ୍ଗ କରାଯାଉଛି । ସେହିପରି ନିର୍ଦ୍ଧାରିତ ସ୍ଥାନରେ ମରିନ କମାଣ୍ଡୋ, ପୁଲିସ, ସିଆରପିଏଫ ଓ ଅନ୍ୟ ସୈନିକଙ୍କ ସଂଖ୍ୟା ବଢ଼ାଇଦିଆଯାଇଛି । ଏନଏସଜି କମାଣ୍ଡୋ ମଧ୍ୟ ଲାଲଚୈାକ ଅଂଚଳରେ ଡ଼୍ରିଲ କରିଛନ୍ତି । ଶ୍ରୀନଗରକୁ ନୋ ଡ୍ରୋନ ଜୋନ କରାଯାଇଥିବାବେଳେ ସହରରେ ଯାତାୟତ କରୁଥିବା ପ୍ରତ୍ୟେକ ଯାନବାହାନକୁ ଯାଂଚ କରାଯାଉଛି । ଜମ୍ମୁ କଶ୍ମୀର ପୁଲିସ ଓ ସିଆରପିଏଫ କର୍ମୀଙ୍କ ସହ ଏନଏସଜି ଯବାନ ସେହି ଅଂଚଳରେ ସାନିଟାଇଜେସନ ଅଭିଯାନ ଚଳାଇଛନ୍ତି । ଲାଲଚୈାକ ଅଂଚଳରେ ହୋଟେଲଗୁଡ଼ିକର ମଧ୍ୟ ଯାଂଚ କରିଛନ୍ତି । ହୋଟେଲ ମାଲିକମାନଙ୍କ ଠାରୁ ବିଭିନ୍ନ ତଥ୍ୟ ବିଷୟରେ ବୁଝିବା ସହ ଏହି ସୁରକ୍ଷା ଆହୁରି କଡ଼ାକଡ଼ି କରାଯିବ ବୋଲି ଅଧିକାରୀ କହିଛନ୍ତି