ଭାଇରାଲ ଭିଡିଓର ନୂଆ ଟ୍ରେଣ୍ଡ! ଯୁବତୀଙ୍କୁ ବଦନାମ କରିବାର ନୂଆ ତରିକା ଆପଣାଇଛନ୍ତି ଭାଇରାଲ ଭିଡ଼ିଓର ମାଷ୍ଟର, ପୂରା ତରିକା ଜାଣିଲେ ଆଶ୍ଚର୍ଯ୍ୟ ହେବେ

33

କନକ ବ୍ୟୁରୋ : ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ଅନ୍ତରଙ୍ଗ ମୂହୁର୍ତର ଭିଡିଓ । ଆଉ, ମାତ୍ର କେଇ ସେକେଣ୍ଡ ଭିତରେ ସୋସିଆଲ୍ ମିିଡିଆରେ ଭାଇରାଲ୍ ହୋଇଯାଉଛି । ଗତ ଦୁଇ ମାସ ଭିତରେ ଏଭଳି ୫ ଶହରୁ ଅଧିକ ଭିଡିଓ ଭାଇରାଲ୍ ହେଲାଣି । ଭାଇରାଲ୍ ଭିଡିଓର ଏହି ରେସରେ ସାମିଲ ହୋଇଛି ଆଉ ତିନିଟି ଭିଡିଓ । ଯେଉଁଥିରେ ଜଣେ ସିଙ୍ଗର, ଡାନ୍ସର ଓ ଜଣେ ଇନସ୍ୟୁରାନ୍ସ କମ୍ପାନୀର କର୍ମଚାରୀ ଥିବା ଜଣାପଡିଛି । ଭିଡିଓ ଭାଇରାଲ୍ କରୁଥିବା ଦୁର୍ବୃତ ଏବେ ଆପଣାଇଛନ୍ତି ନୂଆ କୌଶଳ । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଭାଇରାଲ ଭିଡିଓର ନୂଆ ଟ୍ରେଣ୍ଡ । ବଦନାମ କରିବାର ନୂଆ ତରିକା । ଏଠାରେ ଭାଇରାଲ କରୁଥିବା ବ୍ୟକ୍ତିର ନାଁ କି ଠିକଣା ରହୁ ନଥିବା ବେଳେ, ଭାଇରାଲ ଭିଡିଓରେ ଥିବା ବ୍ୟକ୍ତିକୁ ସହଜରେ ଚିହ୍ନଟ କରାଇ ଦିଆଯାଉଛି । ସେଥିପାଇଁ ଅଭିଯୁକ୍ତ ମାନେ ନୂଆ ତରିକାର ବ୍ୟବହାର କରୁଛନ୍ତି । ତେବେ କେମିତି କରାଯାଉଛି ଯୁବତୀଙ୍କ ଭିଡିଓକୁ ଭାଇରାଲ୍ । ପ୍ରଥମେ ଭାଇରାଲ ଭିଡିଓରେ ଥିବା ଯୁବତୀଙ୍କ ଫେସବୁକ୍ ଆଇଡିକୁ ଯାଇ ତାଙ୍କର କିଛି ଫଟୋକୁ ଡାଉନଲୋଡ୍ କରାଯାଉଛି । ଯୁବତୀଙ୍କ ଫେସବୁକ୍ ଆଇଡିର ସ୍କ୍ରିନସଟ୍ ନିଆ ଯାଉଛି । ଏହାସହ ସେ କେଉଁ ଅନୁଷ୍ଠାନରେ କଣ କାମ କରୁଛନ୍ତି ତାକୁ ମଧ୍ୟ ହାଇଲାଇଟ୍ କରାଯାଉଛି ।

ଯାହାଦ୍ୱାରା ଭାଇରାଲ ହୋଇଥିବା ଭିଡିଓରେ କିଏ ଅଛନ୍ତି । ସେ କଣ କାମ କରୁଛନ୍ତି ଏବଂ ସେ କେଉଁ ଅଂଚଳର ଅଛନ୍ତି ତାହା ସହଜରେ ଜଣା ପଡିଯାଉଛି । ଗତ ତିନି ଦିନରେ ତିନିଟି ଭିଡିଓ ସାରା ରାଜ୍ୟରେ ଚାଚଂଲ୍ୟ ସୃଷ୍ଟି କରିଛି । ଏହି ଭିଡିଓରେ ଅଛନ୍ତି ସିଙ୍ଗର,ଡ୍ୟାନ୍ସର ଏବଂ ଇନସ୍ୟୁରାନ୍ସ କମ୍ପାନୀର ମ୍ୟାନେଜର । ଏହି ୩ଜଣଙ୍କ ଭିଡିଓ ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ।

ଗତ କିଛି ମାସ ହେବ ଏହି ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଥିବା ବେଳେ, ପାଖାପାଖି ୫ଶହରୁ ଅଧିକ ଭିଡିଓ ଭାଇରାଲ ହୋଇଥିବା ନଜିର ରହିଛି । ଖାଲି ସେତିକି ନୁହେଁ ପର୍ଣ୍ଣ ସାଇଟରୁ ଫେକ୍ ଭିଡିଓ ଡାଉନଲୋଡ୍ କରାଯାଇ, ଫେସବୁକରେ ଥିବା କିଛି ଯୁବତୀଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ବି ରହିଛି । ହେଲେ ଭାଇରାଲ ଭିଡିଓର ମାଷ୍ଟର ମାନଙ୍କୁ କିନ୍ତୁ ଧରା ପଡୁ ନାହାଁନ୍ତି ।