ମୁନସୀରୁ କେମିତି ପାଲଟିଲେ କୋଟିପତି ବ୍ୟବସାୟୀ : ଚୋରା ଗଞ୍ଜେଇ ଚାଲାଣ କାରବାରରେ ଧରାପଡିବା ପରେ ପଦାକୁ ଆସିଲା ସତ

ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତନାଘନା କରୁଛି ପୋଲିସ

104

କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାର ଜଣେ ବ୍ୟବସାୟୀ ଗିରଫ ହେବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି । କାରଣ ଏହି ବ୍ୟବସାୟୀ ଜଣଙ୍କ ୩ଟି ରାଇସ ମିଲର ମାଲିକ । ତାଙ୍କ ହାତରେ ରହିଛି ଗୋଟିଏ କ୍ରସର ଏବଂ କୋଟି କୋଟି ଟଙ୍କାର ଠିକା । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଏହି ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିବା ପରେ ଏବେ ଗୋଟିଏ ପ୍ରସଙ୍ଗକୁ ନେଇ ଚାଲିଛି ଆଲୋଚନା । ଜଣେ ସାଧାରଣ ରାଇସମିଲର ମୁନସୀ ଏହି ବ୍ୟକ୍ତି ଜଣଙ୍କ କିପରି କୋଟିପତି ରାଇସ ମିଲର ହେଲେ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।