କରୋନା କାଳରେ ଉହାନରେ କେମିତି କଟିଲା ୧୮ ଦିନ? କନକ ନ୍ୟୁଜରେ ଅନୁଭୂତି କହିଲେ ଶ୍ରୀମନ୍ଦିର ସେବାୟତ, ସଂକ୍ରମଣ ସମୟରେ ସେଠାରେ କେମିତି ଥିଲେ ସେବାୟତ ପଢ଼ନ୍ତୁ

348

କନକ ବ୍ୟୁରୋ: କରୋନା କାଳରେ ଉହାନ ଅନୁଭୂତି । କନକ ନ୍ୟୁଜରେ ୧୮ ଦିନର ଅନୁଭୂତି ବଖାଣିଲେ ପୁରୀ ସେବାୟତ । ୨୦୧୯ ଡିସେମ୍ବର ମାସରେ ଉହାନ ଯାଇଥିଲେ ପୁରୀ ସେବାୟତ ଚକ୍ରକୋଟ ବଳରାମ ଖୁଟିଂଆ । ସେ ଉହାନରେ ପହଚିଂବା ବେଳକୁ ସେଠାରେ କରୋନା ସଂକ୍ରମଣ ଆରମ୍ଭ ହୋଇଯାଇଥିଲା । ପାଖାପାଖି ୧୮ ଦିନ ଧରି ସେଠାରେ ସେ ରହିଥିଲେ । ଦିନକୁ ଦିନ ସ୍ଥିତି ବିଗିଡି ଗଲା । ବହୁ କଷ୍ଟରେ ଜାନୁଆରୀ ୧୦ରେ ଶେଷ ବିମାନରେ ସେ ଭାରତ ଫେରିଥିଲେ ।

ତେବେ କରୋନା ସଟଡାଉନ ଯୋଗୁଁ ଗାଡିଘୋଡା ବନ୍ଦ ହୋଇଯାଇଥିଲା ତେଣୁ ୩ କିଲୋମିଟର ପାଦରେ ଚାଲିଚାଲି ବିମାନବନ୍ଦରରେ ପହଚିଂଥିଲେ ବଳରାମ । ସେଠୁ ଫେରିବା ପରେ ଦିଲ୍ଲୀ ଓ କୋଲକତା ବିମାନବନ୍ଦରରେ କେହି ତାଙ୍କ ଲଗେଜ ଛୁଇଁନଥିଲେ । ସଂପୂର୍ଣ୍ଣ ସାନିଟାଇଜ ପରେ ସେ ଘରକୁ ଫେରିଥିଲେ । ପୁରୀରେ ପ୍ରଥମ କୋଭିଡ ପରୀକ୍ଷା ତାଙ୍କର କରାଯାଇଥିଲା । ତାଙ୍କୁ କରୋନା ଆକ୍ରାନ୍ତ ଭାବି ତାଙ୍କ ଘରକୁ କେହି ଆସୁନଥିଲେ କି ତାଙ୍କ ମିଶୁନଥିଲେ । ପାଖାପାଖି ମାସେ ଧରି ବଳରାମଙ୍କ ପରିବାରର ସମସ୍ତ ସଦସ୍ୟ ଘରେ ରହିଥିଲେ । ଜଗନ୍ନାଥଙ୍କ ଆର୍ଶୀବାଦ ଯୋଗୁ ସେ ଭଲରେ ଫେରିଥିବା କହିଛନ୍ତି ।