କରୋନା ଯୁଦ୍ଧରେ ବାଜି ଜିତିନେଲେ କଳାହାଣ୍ଡି ଓ ଭୁବନେଶ୍ୱରର ଯୁବକ । କନକ ନ୍ୟୁଜକୁ କହିଲେ କେମିତି ହେଲେ ସୁସ୍ଥ? ଡାକ୍ତରଖାନାରେ କେମିତି ଚାଲିଥିଲା ଚିକିତ୍ସା ? ପଢ଼ନ୍ତୁ…

919

କନକ ବ୍ୟୁରୋ: କରୋନା ଚିନ୍ତା ଭିତରେ ଓଡ଼ିଶା ପାଇଁ ଭଲ ଖବର । ଧିରେ ଧିରେ ଓଡ଼ିଶାରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । ଆଉ ସେମାନେ କେମିତି କରୋନାରୁ ସୁସ୍ଥ ହେଲେ । ସେନେଇ କନକ ନ୍ୟୁଜରେ ସେମାନେ ତାଙ୍କ ଅନୁଭୂତି ବାଂଟିଛନ୍ତି ୨ ସୁସ୍ଥ ହୋଇଥିବା ବ୍ୟକ୍ତି । କଳାହାଣ୍ଡିର ପିଙ୍କୁ ନିହାଲ । ସେ ବାହାରିନରୁ ଆସିଥିଲେ । ପିଙ୍କୁ ନିହାଲ କହିଛନ୍ତି , ପ୍ରଥମେ ସେ ଭୟଭୀତ ହୋଇପଡିଥିଲେ । ପରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଯତ୍ନ ସେବା ତାଙ୍କୁ ନୂଆ ଜୀବନ ଦେଇଛି । ଏପରିକି ସରକାରଙ୍କ ଉପଦେଶ ସମସ୍ତେ ମାନିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେପଟେ ଯେଉଁ ଭୂତାଣୁକୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଛି ସେଇ ରୋଗରୁ ସେମାନେ କେମିତି ସୁସ୍ଥ ହୋଇ ଆରାମରେ ମୁକୁଳି ଆସିଲେ ଭୁବନେଶ୍ୱରର ଯୁବକ ଦେବାଶିଷ ଶ୍ରୀଚନ୍ଦନ । ଏବଂ ଏବଂ ସେତେବେଳେ ତାଙ୍କ ଅନୁଭୂତି କଣ ଥିଲା । କେମିତି ତାଙ୍କ ଚିକିତ୍ସା କରାଗଲା ? ସୁସ୍ଥ ହେବା ପରେ ନିଜ ଅନୁଭୂତି କହିଛନ୍ତି ଦେବାଶିଷ । ସେ ଇଟାଲୀରୁ ଫେରିବା ପରେ ରାଜ୍ୟର ପ୍ରଥମ ରୋଗୀ ଭାବେ ମାର୍ଚ ୧୫ରେ ଚିହ୍ନଟ ହୋଇଥିଲେ ଦେବାଶିଷ । ଡାକ୍ତର ତାଙ୍କର କିଭଳି ଚିକିତ୍ସା କରୁଥିଲେ ସେନେଇ ଦେବାଶିଷ କହିଛନ୍ତି କି, ଭୟ ହେଲାଭଳି ଏହି ରୋକ ନୁହେଁ ମନକୁ ସ୍ଥିର ଏବଂ ପରାମର୍ଶ ମାନିଲେ ହିଁ ଏହା ଉପରେ ବିଜୟ ହାସଲ ପାଇ ହେବ ।