କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ବାସ କରୁଛନ୍ତି । ଏହି କ୍ରମରେ ଭୁବନେଶ୍ୱରରୁ ପ୍ରତିିଦିନ ଆବର୍ଜନା ଜଳ ମଧ୍ୟ ବାହାରୁଛି । ତେବେ ଏହି ଆବର୍ଜନା ଜଳ ଯାଉଛି କୁଆଡେ । ଏହା କିଭଳି ଭାବରେ ମ୍ୟାନେଜ ହେଉଛି । ଏହାକୁ ନେଇ ଲିଖିତ ଭାବରେ ପ୍ରଶ୍ନ କରିଥିଲେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ । ଆବର୍ଜନା ଜଳ କେତେ ପରିମାଣରେ ବାହାରୁଛି ଓ କେତେ ପରିମାଣରେ ଏହାକୁ ବିଶୋଧନ କରାଯାଉଛି । କେଉଁଠି କେତୋଟି ସ୍ଥାନରେ ଟ୍ରିଟମେଣ୍ଟପ୍ଲାଣ୍ଟପ୍ରତିଷ୍ଠା କରାଯାଇଛି ? ତାହାର ସବିଶେଷ ବିବରଣୀ ଜଣାଇବାକୁ ନିବେଦନ କରିଛନ୍ତି ବିଧାୟକ ।
ବିଧାୟକଙ୍କ ପ୍ରଶ୍ନର ଉତ୍ତର ଲିଖିତ ଭାବରେ ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ସ୍ୱେରେଜ ବ୍ୟବସ୍ଥାରୁ ପ୍ରତିଦିନ ୧୨୨.୦୪ ନିୟୁତ ଲିଟର ଆବର୍ଜନା ଜଳ ନିର୍ଗତ ହେଉଛି । ୭୭.୩୯ ନିୟୁତ ଲିଟର ଆବର୍ଜନା ଜଳକୁ ଶୋଧନ କରାଯାଇ ନିକଟବର୍ତ୍ତୀ ପ୍ରାକୃତିକ ନାଳରେ ଛଡା ଯାଉଛି । ଏବେ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ୫ଟି ସ୍ୱେରେଜ ବିଶୋଧନାଗାର ପ୍ରତିଷ୍ଠା କରାଯାଇଛି । ଏଗୁଡିକ ସୁରୁଖୁରୁରେ ଚାଲୁ ରହିଛି । ଏ ବାବଦରେ ବିଷଦ ବିବରଣୀ ପ୍ରଦାନ କରିଛନ୍ତି ମନ୍ତ୍ରୀା
ବାକିଥିବା ଘରଗୁଡିକରୁ ନିର୍ଗତ ହେଉଥିବା ତଳର ବର୍ଜ୍ୟ ବସୁଆଘାଇ ଏବଂ ରୋକଟଠାରେ ଥିବା ୭୫ କେଏଲଡି କ୍ଷମତା ସମ୍ପ୍ନ ଫିକଲ ସ୍ଲଜ ଟ୍ରିଟମେଣ୍ଟପ୍ଲାଣ୍ଟ ମାଧ୍ୟମରେ ବିଶୋଧନ କରାଯାଉଛି । ଗତ ୨୦୨୦ ଡିସେମ୍ବର ମାସ ସୁଦ୍ଧା ମୋଟ ୫ଟି ଟ୍ରିଟମେଣ୍ଟପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲ।। ମେହେରପାଲି, ବାସୁଆଘାଇ, କୋଚିଲାପୁଟ, ପାଇକରାପୁର ଓ ରୋକଟରେ ଆବର୍ଜନା ପାଣି ଶୋଧନ କରାଯାଉଛି ।