କାମବାଲୀଙ୍କ ଭିଜିଟିଂ କାର୍ଡକୁ ନେଇ ଚର୍ଚ୍ଚା..ଚମତ୍କାର ଏଇ ଅନଲାଇନ୍ ଦୁନିଆ

619

କନକ ବ୍ୟୁରୋ: ପୁଣେର ଜଣେ ମହିଳାଙ୍କ କାହାଣୀ ଏବେ ଇଂଟରନେଟରେ ଅସଂଭବ ଚର୍ଚ୍ଚା ସୃଷ୍ଟି କରିଛି । କାହାଣୀଟି ଚମତ୍କାର ଏବଂ ଆକର୍ଷଣୀୟ । ଡିଜିଟାଲ ଯୁଗରେ ମଣିଷର ସ୍ୱପ୍ନ କେତେ ସହଜରେ ପୁରଣ ହୋଇପାରେ ବୈଷୟିକ ଜ୍ଞାନ କୌଶଳ କିଭଳି ମଣିଷର ଲକ୍ଷ୍ୟରେ ସାହାଯ୍ୟ କରେ, ବୃତିଗତ ସଫଳତା ଦେଇପାରେ ତାର କାହାଣୀ ପୁଣେର ଜଣେ ମହିଳାଙ୍କଠାରେ ଦେଖିବାକୁ ମିଳିଛି ।

 

ଗୀତା କାଲେ । ନଜର ପକାନ୍ତୁ ଗୀତା କାଲେଙ୍କ ଭିଜିଟିଂ କାର୍ଡ ଉପରେ । ଗୀତା ଜଣେ କାମବାଲୀ ବାଇ । ଯିଏ ଛାଡୁ ପୋଛା ପାଇଁ ମାସକ ୮ଶହ ଟଙ୍କା ନିଅନ୍ତି, କପଡ଼ା ଧୋଇବା ପାଇଁ ୮ଶହ ଟଙ୍କା ନିଅନ୍ତି ଏବଂ ରୁଟି ତିଆରି କରିବା ପାଇଁ ହଜାରେ ଟଙ୍କା ନିଅନ୍ତି । ଆଉ ତଳେ ଲେଖାଯାଇଛି ଧୁଳି ଝାଡିବା ଏବଂ ପରିବା କାଟିବା କାମ ବି କରିପାରନ୍ତି । ଆପଣ ଭାବି ପାରନ୍ତି ଏହି ଭିଜିଟିଂ କାର୍ଡରେ କ’ଣ ଆଷର୍କଣୟ ଅଛି । ଗୀତା କାଲେ ଯେଉଁ ପରିବାର ଗୁଡ଼ିକରେ ମାସ ସାରା କାମ କରନ୍ତି । ହଠାତ୍ ଗୋଟିଏ ପରିବାର ତାଙ୍କୁ କାମ କରିବାକୁ ମନା କରିଦେଲେ । ଯାହା ଫଳରେ ମାସିକ ୪ ହଜାର ଟଙ୍କାର ରୋଜଗାର ବନ୍ଦ ହୋଇଗଲା । ଏହି କାହାଣୀ ସେ ନିଜର ପରିଚିତ ଥିବା ତଥା ପାଖ ଆପଟମେଂଟରେ ରହୁଥିବା ଧାନେଶ୍ରୀ ସିନେ୍ଧଙ୍କୁ କହିଲେ । ଯାହାଙ୍କ ଘରେ ସେ କାମ କରନ୍ତି ।

ନିଜ ଘରେ କାମ କରୁଥିବା ମାଉସୀଙ୍କୁ ସାହାଯ୍ୟ କରିବା ପାଇଁ ଧାନେଶ୍ରୀ, ଏଭଳି ଏକ ଶହେଟି ଭିଜିଟିଂ କାର୍ଡ ପ୍ରସ୍ତୁତ କଲେ । ଏବଂ ସ୍ଥାନୀୟ ସିକ୍ୟୁରିଟି ଗାର୍ଡର ସହାୟତାରେ ସ୍ଥାନୀୟ ଆପାର୍ଟମେଂଟରେ ବାଂଟିଦେଲେ । ପରର୍ବତୀ ସମୟରେ ଇଂଟରନେଟ୍ ଜରିଆରେ ବହୁ ଲୋକଙ୍କ ପାଖରେ ପହଂଚିଥିଲା । ଆଉ ସେବେ ଠାରୁ ଗୀତା କାଲେ ବା କାମ ଖୋଜୁଥିବା ମାଉସୀଙ୍କ ଫୋନ୍ ଆଉ ବନ୍ଦ ହେଲା ନାହିଁ । ପୁଣେ ସହରରରୁ ଆରମ୍ଭ କରି ସାରାଦେଶରୁ ମାଉସୀ କାମ ଦେବା ପାଇଁ ନିମନ୍ତ୍ରଣ ଆସିଲା । ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ହୋଇଛି ଯେତେବେଳେ ସ୍ଥାନୀୟ ଟିଭି ଚ୍ୟାନେଲ ଏବଂ ରେଡିଓ ଷ୍ଟେସନରେ ପ୍ରସାରିତ ହୋଇଛି । ଏହି କାହାଣୀ ଡିଜିଟାଲ ଦୁନିଆର ଚମକ୍ରାରତାର କଥା କୁହେ । କାମ ଖୋଜୁ ଥିବା ଏବଂ କାମ ଦେଉଥିବା ଭିତରେ, ଗ୍ରାହକ ଓ ବ୍ୟବସାୟୀ ଭିତରେ ଏକ ଯୋଗସୂତ୍ର ଆଣେ ଏହି ଡିଜିଟାଲ ମାଧ୍ୟମ । ଯାହା ଫଳରେ ଉଭୟ ପକ୍ଷ ଲାଭବାନ ହୁଅନ୍ତି ।