କନକ ବ୍ୟୁରୋ : ୨ ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ୨ ଦିନ ହେବ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହକୁ ଚଲାଇ ଦେଇନଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋ-ହଲ୍ଲା କରିଥିଲେ । ଯେଉଁଥିପାଇଁ ଗୃହକୁ ବାରମ୍ବାର ମୁଲତବି କରିବାକୁ ପଡିଥିଲା । ଏପରିକି ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ସୁରୁଖୁରରେ ଚଲାଇବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏଥିରୁ କୌଣସି ନିଷ୍କର୍ସ ବାହାରିନଥିଲା । ତେବେ ୨ ଦିନର ଅଚଳାବସ୍ଥା ପରେ ପୁଣିଥରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି ।
୨ ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହେଲା ଗୃହକାର୍ଯ୍ୟ । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ ।
/kanak/media/post_attachments/wp-content/uploads/2023/11/Screen-Shot-2023-11-24-at-10.57.03-AM.jpg)