କନକ ବ୍ୟୁରୋ: ମଧ୍ୟପ୍ରଦେଶର ଉଜ୍ଜୟିନୀ ଦୁଷ୍କର୍ମ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହେବାପରେ ଯେଭଳି ଅର୍ଦ୍ଧନଗ୍ନ ଏବଂ ରକ୍ତାକ୍ତ ଅବସ୍ଥାରେ ସାହାଯ୍ୟ ପାଇଁ ବୁଲୁଥିଲା ଏବଂ ସାହାଯ୍ୟ ନପାଇ ଶେଷରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲା ତାହା ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ। ତେବେ ସୂଚନା ରହିଛି ଯେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ଘର ଆସନ୍ତାକାଲି ଭାଙ୍ଗିଦିଆଯିବ। କାରଣ ଏହା ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି।
ଏହି ମାମଲାରେ ଅଭିଯୁକ୍ତ ଭାରତ ସୋନି ନାମକ ଜଣେ ଅଟୋ ରିକ୍ସା ଡ୍ରାଇଭରଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ଭରତ ବର୍ତ୍ତମାନ ଜେଲରେ ଅଛି। ତା’ ପରିବାର ବର୍ଷ ବର୍ଷ ଧରି ସରକାରୀ ଜମିରେ ରହୁଛନ୍ତି ବୋଲି ଉଜ୍ଜୟିନୀ ମହାନଗର ନିଗମ କହିଛି। ମହାନଗର କମିସନର ରୋଶନ ସିଂ କହିଛନ୍ତି ଯେ ‘‘ଏହି ଜମି ସରକାରଙ୍କର ଅଟେ। ତେଣୁ ଏହାକୁ ଭାଙ୍ଗିବା ପାଇଁ କୌଣସି ନୋଟିସ୍ର ଆବଶ୍ୟକତା ନାହିଁ। ଆସନ୍ତାକାଲି ମଧ୍ୟପ୍ରଦେଶ ପୁଲିସର ସହଯୋଗରେ ଏହି ଘରକୁ ଭାଙ୍ଗି ଦିଆଯିବ।’’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/666.jpg)