କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ୍ ଗୋଏଲ୍ ଙ୍କ ମୁମ୍ବାଇସ୍ଥିତ ବାସଭବନରେ କାମ କରୁଥିବା ଜଣେ ଲୋକ ତାଙ୍କ ଘରୁ ଚୋରୀ କରିବାର ଅଭିଯୋଗ ଆସିଥିଲା ଯାହାକୁ ଦିଲ୍ଳୀରୁ ଗିରଫ କରାଯାଇଥିବାର ସୂଚନା ମିଳୁଛି । ଚୋରୀ ଅଭିଯୋଗରେ ମୁମ୍ବାଇର ଗାମଦେବୀ ପୋଲିସ୍ ଷ୍ଟେସନରେ ଏତଲା ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀ ପିୟୁଷ୍ ଗୋଏଲ୍ ଙ୍କ ଘରୁ ଚୋରୀ କରିଥିବା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଯୁବକଙ୍କ ଠାରୁ ଜବତ କରାଯାଇଛି । ଅଭିଯୁକ୍ତ ପାଖରୁ ଏକ ସେଲଫୋନ ଜବତ ହୋଇଥିବା ବେଳେ ରେଲୱେ ଏବଂ ଅର୍ଥ ମନ୍ତ୍ରାଳୟର ସହ ଜଡିତ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମଧ୍ୟ ମିଳିଥିଲା । ଏହି ଦସ୍ତାବିଜ୍ କୁ ୩ ଟି ଭିନ୍ନ ଭିନ୍ନ ଇମେଲ୍ ଆଇଡିରେ ପଠାଯାଇଥିଲା । ଅଭିଯୁକ୍ତ କିଛି ଅସାମାଜିକ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିବା କଥା ପୋଲିସ୍ ସନ୍ଦେହ କରୁଛି ।
ଗତ ମାସରେ ଗୋୟଲ୍ ଙ୍କ ପରିବାର ସଦସ୍ୟଙ୍କୁ ଘରୁ କିଛି ଚାନ୍ଦି ଏବଂ ପିତ୍ତଳର ସାମଗ୍ରୀ ନଥିବାର ଆଭାସ ହୋଇଥିଲା । ଏହି ଘଟଣା ପରଠାରୁ ପରିବାର ସଦସ୍ୟଙ୍କ ନଜରରେ ଘରେ କାମ କରୁଥିବା ବିଶ୍ୱକର୍ମା ଆସିଯାଇଥିଲା । ପରେ ଉକ୍ତ ଯୁବକ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା । ୨୮ ବର୍ଷୀୟ ଏହି ଅଭିଯୁକ୍ତର ନାଁ ବିଷ୍ଣୁକୁମାର ବିଶ୍ୱକର୍ମା ବୋଲି ଜଣାପଡିଥିବା ବେଳେ ଗତ ୩ ବର୍ଷ ଧରି ସେ ଗୋୟଲଙ୍କ ଘରେ କାମ କରି ଆସୁଥିଲା । ଅଭିଯୁକ୍ତର ଫୋନ୍ କୁ ସାଇବର୍ ସେଲ୍ ପଠାଇ ଦିଆଯାଇଛି । ଏହାସହ ମୋବାଇଲରୁ ଡିଲିଟ୍ ହୋଇଥିବା ମେଲ୍ କୁ ରିକଭରି କରିବା ପାଇଁ ପୋଲିସ୍ ପ୍ରଚେଷ୍ଟା ଜାରୀ ରଖିଛି । ଏହାସହ ଅଭିଯୁକ୍ତର ସାଙ୍ଗସାଥିଙ୍କୁ ମଧ୍ୟ ତନ୍ନତନ୍ନ କରି ଜାଞ୍ଚ୍ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/goyal-kxFD-621x414@LiveMint.jpg)
/kanak/media/post_attachments/wp-content/uploads/2019/10/piyush-goyal-620x400-300x194.jpg)