ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘର ଯାଂଚ ପାଇଁ ଧାର୍ଯ୍ୟ ହେଲା ମୋଡାଲିଟି। ପଂଚାୟତ ସ୍ତରରେ ଟିମ୍ ଗଠନ କରାଯାଇ ହେବ ଯାଞ୍ଚ

Advertisment
ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘର ଯାଂଚ ପାଇଁ ଧାର୍ଯ୍ୟ ହେଲା ମୋଡାଲିଟି। ପଂଚାୟତ ସ୍ତରରେ ଟିମ୍ ଗଠନ କରାଯାଇ ହେବ ଯାଞ୍ଚ

କନକ ବ୍ୟୁରୋ: ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘର ଯାଂଚ ପାଇଁ ମୋଡାଲିଟିଜ ଧାର୍ଯ୍ୟ କଲେ ରାଜ୍ୟ ସରକାର । ଏ ନେଇ ଜିଲ୍ଲାପାଳ ଓ ପିଡି ଡିଆରଡିଏଙ୍କୁ ଚିଠି ଲେଖିଛି ପଂଚାୟତରାଜ ବିଭାଗ । ପଂଚାୟତସ୍ତରରେ ଟିମ ଗଠନ କରାଯାଇ ଯାଂଚ ହେବ । ଯାଂଚ ପ୍ରକ୍ରିୟାର ଭିଡିଓ ନିର୍ଦ୍ଦିଷ୍ଟ ସମୟ ଭିତରେ ସାରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ତାଲିକାକୁ ଯାଂଚ କରିବ ଏହି କମିଟି । କେନ୍ଦ୍ର ସରାକର ଫନି ପାଇଁ ୩ ଲକ୍ଷ ୮୯ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଦାନ କରିଛନ୍ତି ।

publive-image

ଉଲ୍ଲେଖ ଖାଉ କି, ‘ଫୋନି’ ମାଡ଼ରେ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଥିଲେ । ମୋଟ ୫ ଲକ୍ଷ ୮ ହଜାର ୪୬୭ ଘର କ୍ଷତିଗ୍ରସ୍ତ ହୋଇଥିଲା । କେବଳ ପୁରୀ ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୮୯ ହଜାର ୯୫ କଚ୍ଚା ଘର ନଷ୍ଟ ହୋଇଥିଲା ବେଳେ କ୍ଷତିଗ୍ରସ୍ତ ଲୋକଙ୍କୁ ପଂଚାୟତରାଜ ବିଭାଗ ପକ୍ଷରୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଯେଉଁ ପରିବାରର କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି ତା ଉପରେ ଆକଳନ ସହ ତୁରନ୍ତ ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିଭଳି ଆଂଶିକ ଭାବେ ନଷ୍ଟ ହୋଇଥିବା ଘର ଗୁଡ଼ିକ ପାଇଁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଆର୍ଥିକ ସହାୟତା ମିଳିଛି । ଇନ୍ଦିରା ଆବାସ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe