କନକ ବ୍ୟୁରୋ: ରେଳ ବଜେଟରେ ଓଡିଶାକୁ ଅଣଦେଖା ପ୍ରସଙ୍ଗ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ରେଳବାଇ ସଂପର୍କିତ ଗୃହ କମିଟିର ବୈଠକ । ତେବେ ଏହି ବୈଠକରେ ରେଳ ଅନୁଦାନ ଦେଇ ଆଲୋଚନା ଚାଲିଥିବାବେଳେ ସମସ୍ତଙ୍କୁ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବୈଠକ ଅଧାରୁ ଉଠି ପଳାଇଆସିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଆଉ କ୍ଷୋଭର ସହ କହିଲେ, ବୈଠକରେ ଉପସ୍ଥିତ ଅଧିକାରୀ କୌଣସି ଉତ୍ତର ଦେଉନାହାନ୍ତି । ତେଣୁ ସେ କାଲି ରେଳ ମନ୍ତ୍ରୀଙ୍କୁ ଭେଟିବାକୁ ଦିଲ୍ଳୀ ଯିବେନି ।
ସେପଟେ ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଦିଲ୍ଲୀ ଯାଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଦାବି ଅବଗତ କରିବ ଗୃହ କମିଟି । ଆଉ କେଉଁ କେଉଁ ଦିଗ ନେଇ ଦାବି ରହିବ ସେ ନେଇ ଆଜିର ଗୃହ କମିଟି ବୈଠକରେ ନିଷ୍ପତି ହୋଇଛି । ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଏଭଳି ଅଚାନକ୍ ବୈଠକ ଛାଡ଼ି ପଳେଇ ଆସିବା ସାଧାରଣରେ ଅନେକ ପ୍ରଶ୍ନ ଉଠାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/40.jpg)