କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ନେଇ ଆଜି ଭୁବନେଶ୍ୱରରେ ବିଧାନସଭା ଗୃହ କମିଟିର ବୈଠକ ବସିବ । ଏଥିରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଅଧ୍ୟକ୍ଷତା କରିବେ । ଆଜିର ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗଦେବେନାହି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଗୃହ କମିଟି ସଦସ୍ୟ ତାରା ପ୍ରସାଦ ବାହିନୀପତି ଏଥିରେ ଯୋଗଦେବେ । ନରସିଂହ ମିଶ୍ର କହିଛନ୍ତି, ସେ ବୈଠକକୁ ବିରୋଧ କରୁନାହାନ୍ତି । କିନ୍ତୁ ତାଙ୍କର ଆଗରୁ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଥିବାରୁ ସେ ବୈଠକକୁ ଯାଇପାରିବେ ନାହିଁ । ଗୃହ କମିଟିି ନେବାକୁ ଥିବା ବୈଠକକୁ ଗ୍ରହଣ କରିନେବେ ।
ଗତବର୍ଷ ଡିସେମ୍ବରରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦ ମାମଲାର ସମାଧାନ ସହ ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି କରିଥିଲେ । ସୁପ୍ରିମକୋର୍ଟ ୫ ଥର ଏହି ମାମଲାର ଶୁଣାଣି କରିସାରିଛନ୍ତି । ତେବେ କୋର୍ଟ ଛତିଶଗଡର ବ୍ୟାରେଜ ଉପରେ କୌଣସି ରହିତାଦେଶ ଜାରି କରିନାହାଁନ୍ତି । ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ । ତେବେ କେନ୍ଦ୍ର ସରକାର ଚଳିତମାସ ପ୍ରଥମ ସପ୍ତାହରେ ସତ୍ୟପାଠ ଦାଖଲ କରି ଟ୍ରିବ୍ୟୁନାଲ ଗଠନ ଅନାବଶ୍ୟକ ଓ ବୁଝାମଣା ଜରିଆରେ ସମାଧାନ କରିବାପାଇଁ ନିର୍ଦ୍ଦେଶ ଜାରି କରାଯାଉ ବୋଲି କହିଥିଲେ ।