ନିଆଁ ପାଟିରେ ପାଉଁଶ ହେଲା ୪ ବଖରା ଘର  । ଡହଡହ ଖରାରେ ଖୋଲା ଆକାଶ ତଳେ ପରିବାର । କେନ୍ଦ୍ରାପଡା ମହାକାଳପଡାର ଘଟଣା ।

103

କନକ ବ୍ୟୁରୋ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପାଟଳିପଙ୍କ ଗ୍ରାମରୁ ଆସିଛି ଏଭଳି ଦୃଶ୍ୟ । ଗ୍ରାମର ଜୟ ସାହୁଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ୪ ବଖରା ଘର ପୋଡ଼ି ପାଉଁଶ ହୋଯାଇଛି । ଏହାସହ ଘରର ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ମଧ୍ୟ ଜଳିଯାଇଛି । ତେବେ ଅଗ୍ନିକାଣ୍ଡ କାହିଁକି ଓ କିପରି ଲାଗିବ, ତାହା ଜଣାପଡ଼ିନାହିଁ । ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିଥିଲେ ବି ସେତେବେଳକୁ ସବୁ ଜଳି ପାଉଁଶ ହୋଇଯାଇଥିଲା ।