ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ହୋହଲ୍ଲା । କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ । ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

Advertisment
ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ହୋହଲ୍ଲା । କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ । ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ
କନକ ବ୍ୟୁରୋ : ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ମାମଲାକୁ ନେଇ ଆଜି ବିଧାନସଭାରେ ପୁଣି ହଙ୍ଗାମା ହୋଇଛି। କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହୋହାଲ୍ଲା ହେବା ପରେ ପ୍ରଥମେ ୨୦ମିନିଟ ଏବଂ ପରେ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି। ବିଧାନସଭା ବାହାରେ ଉଭୟ କଂଗ୍ରେସ ଓ ବିଜେପି ହଙ୍ଗାମା କରିଥିବା ଜଣା ପଡ଼ିଛି।
ଅନ୍ୟ ପକ୍ଷରେ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛନ୍ତି। ଏହା ସହ ମନ୍ତ୍ରୀଙ୍କୁ ବହିଷ୍କାର କରାନଗଲେ ଗୃହ ଚଳାଇ ଦେବୁନି । ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଗ୍ରହଣୀୟ ନୁହେଁ। କାରଣ ପୂର୍ବରୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ନୟାଗଡ଼ ପରୀ ମୃତ୍ୟୁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଥିଲେ । ବିଧାନସଭାରେ ଗୃହ ରାଷ୍ଟମନ୍ତ୍ରୀଙ୍କ ମନ୍ତବ୍ୟ ଦୁଃଖ ଦାୟକ ବୋଲି କହିଥିଲେ ଧର୍ମେନ୍ଦ୍ର । ଏହା ସହ ୪ ମାସ ଧରି ଚାଲିଥିବା ତଦନ୍ତ ନେଇ ପ୍ରଶ୍ନ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ।
ଯେଉଁମାନେ ଅନୁସନ୍ଧାନ କରୁଥିଲେ ସେମାନେ କ’ଣ କରୁଥିଲେ? କ’ଣ ପାଇଁ ପୀଡ଼ିତାର ବାପାମାଆ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ବାଧ୍ୟ ହେଲେ? ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହା ସହ  ରାଜ୍ୟରେ ଏବେ ଛୋଟ ଛୋଟ ପିଲାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଯେଉଁମାନେ କାମରେ ଅବହେଳା କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଆବଶ୍ୟକ । ନଚେତ ସମାଜରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିବନି ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe