କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ । ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଉ ବୋଲ କଂଗ୍ରେସ ଦାବି କଲା । କଂଗ୍ରେସ ସହ ସ୍ୱର ମିଳାଇଲା ବିରୋଧୀ ବିଜେପି । ଉଭୟ ଦଳର ସଦସ୍ୟ ଗୃହରେ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
ଗତକାଲି ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଥିଲା ଶାସକ ଦଳ । କେନ୍ଦ୍ରର ଟାଳଟୁଳ ନୀତି ପାଇଁ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁନଥିବା କହିଥିଲା ବିଜେଡି । ଅନ୍ୟପଟେ ବିରୋଧୀଙ୍କ ଏଭଳି ହଟ୍ଟଗୋଳକୁ ନେଇ ବିଜେଡି କହିଛି କଂଗ୍ରେସ-ବିଜେପି ଭାଇ ଭାଇ, ଗୃହକୁ ଚଳାଇ ଦେଲେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/23-10.jpg)