ଆଜି ବି ଚାଲିପାରିଲାନି ବିଧାନସଭା । ଷ୍ଟାଫ ସିଲେକ୍ସନ ପ୍ରସଙ୍ଗ ଉଠାଇ ଗୃହରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି

101

କନକ ବ୍ୟୁରୋ : ଆଜି ବି ଚାଲିପାରିଲାନି ବିଧାନସଭା । ଆରମ୍ଭରୁ ହଟ୍ଟଗୋଳ । ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କଲେ କଂଗ୍ରେସ ସଦସ୍ୟ । ଗୃହକୁ ୪ଟା ପର୍ଯ୍ୟନ୍ତ ମୂଲତବୀ ଘୋଷଣା କଲେ ବାଚସ୍ପତି ।

ଆଜି ବିଧାନସଭାର ତୃତୀୟ ଦିନ ଥିଲା । ଗତ ଦୁଇଦିନ ହେବ କଂଗ୍ରେସ ଚାଷୀ ଓ ମରୁଡି ସମସ୍ୟା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିବା ବେଳେ ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କିନ୍ତୁ ଆଜି କୌଣସି ଚାଷି କିମ୍ବା ମରୁଡି ପ୍ରସଙ୍ଗ ଉଠାଇ ନାହାନ୍ତି ବିରୋଧି । ଆଜି ଗୃହରେ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସ ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ଅପରାହ୍ଣ ୪ଟା ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ରଖିଲେ ବାଚସ୍ପତି ।

ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ବିରୋଧୀଙ୍କ ହଟଗୋଳକୁ ବନ୍ଦ କରିବା ପାଇଁ ଗୃହକୁ ମୂଲତବୀ କରିବା କଣ ଏକମାତ୍ର ଉପାୟ । ରାଜ୍ୟର ଅନେକ ସମସ୍ୟା ରହିଥିବାବେଳେ କାହିଁକି ଆଲୋଚନା ହେଉ ନାହିଁ । ଏଥିପାଇଁ ଶାସକ ଓ ବିରୋଧୀ ଦଳ ଯତ୍ନବାନ ହେବା ଆବଶ୍ୟକ ନୁହେଁ କି?