ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ! ଧାନ ବିକ୍ରିରେ ଅବ୍ୟବସ୍ଥା ନେଇ ଗୃହରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ, ଅନୁପସ୍ଥିତ ରହିଲେ ବିଜେପି ବିଧାୟକ

313

ବିଧାନସଭାରେ ଉଠିଲା ଚାଷୀ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଆଜି ବିଧାନସଭାର ପ୍ରଶ୍ନକାଳ ଚାଲିପାରିନାହିଁ । କଂଗ୍ରେସ ବିଧାୟକମାନେ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଛନ୍ତି । ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ବାଚସ୍ପତି ଗୃହକୁ ୩ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଆଜି ପ୍ରଶ୍ନକାଳ ସମୟରେ ବିଜେପି ସଦସ୍ୟମାନେ ଗୃହରେ ଉପସ୍ଥିତ ନଥିଲେ ।

ବିଧାନସଭା ଅଧିବେଶନ ଚାଲିଥିବାବେଳେ ବିଜେପି ସଦସ୍ୟମାନେ ବାହାରେ ଧାରଣା ଦେଇଥିଲେ । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବିରେ ଅଟଳ ରହିଛି ବିଜେପି । ଆଜି ବିଜେପି ସଦସ୍ୟମାନେ ଗୃହକୁ ନ ଯାଇ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଧାରଣା ଦେଇଛନ୍ତି । ଘଟଣାର ସିବିଆଇ ତଦନ୍ତ ଦାବି କରି ବିଜେପି ସଦସ୍ୟମାନେ ନାରାବାଜି କରିଥିଲେ । ସରକାର ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦେବା ଯାଏଁ ଗୃହକୁ ଚଳାଇଦିଆଯିବ ନାହିଁ ବିଜେପି କହିଛି ।