କନକ ବ୍ୟୁରୋ : ମୌସୁମୀ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋ ହଲ୍ଲା । ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ବିଜେପି ବିଧାୟକ । ବିଭିନ୍ନ ପ୍ରସଙ୍ଗକୁ ନେଇ ହାତରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳେ ହଟ୍ଟଗୋଳ କରିଥିଲେ ବିରୋଧୀ । ବିଜେଡି ବିଧାୟକ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଫଳରେ ଗୃହକୁ ଦିନ ୧୨ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।
ଗୃହକୁ ମୁଲତବି କରିବା ପରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଗତକାଲି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବି କରିଥିଲେ ବାଚସ୍ପତି । ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିବା ନେଇ ଆଶା ଥିଲା । କିନ୍ତୁ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/15-23.jpg)