ସ୍ୱାଭାବିକ ହେଉନି ବିଧାନସଭା । ବିଜେଡି-ବିଜେପିର ହଟ୍ଟଗୋଳ ପାଇଁ ଗୃହକାର୍ଯ୍ୟ ପୁଣି ଦିନ ୧୨ଟା ୩୦ ଯାଏଁ ମୁଲତବି ।

76

କନକ ବ୍ୟୁରୋ : ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ମୁଲତବି ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୁଣିଥରେ ହଟ୍ଟଗୋଳ କାରଣରୁ ଦିନ ୧୨ଟା ୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ଆଜି ଗୃହ ଆରମ୍ଭରୁ ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେପି ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ କରିଥିଲେ । ସେହିଭଳି ପରୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ନିଜ ଆସନରେ ଛିଡା ହୋଇ ବିଜେଡି ବିଧାୟକ ପ୍ରତିବାଦ କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲିପାରିନଥିଲା । ପ୍ରବଳ ହୋ ହଲ୍ଲା ପାଇଁ ଗୃହକାର୍ଯ୍ୟକୁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଥିଲେ ବାଚସ୍ପତି ।

ମୁଲତବି ସମୟ ଶେଷ ହେବା ପରେ ପୁଣିଥରେ ଗୃହ ଆରମ୍ଭରୁ ସମାନ ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ଦିନ ୧୨ଟା ୩୦ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ବାରମ୍ବାର ମୁଲତବି କାରଣରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଅନ୍ୟପଟେ ଗୃହ ମୁଲତବି ହେବା ପରେ ବିଜେଡି ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ।