ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖିବା ପ୍ରସଙ୍ଗ: ବିଧାନସଭାରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ, ଦିନ ୧୨.୩୦ ଯାଏଁ ଗୃହ ମୁଲତବୀ ।

216

କନକ ବ୍ୟୁରୋ : ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖିବା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଭ୍ୟ । ଫଳରେ ଗୃହକୁ ୧୨.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଶୋକପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ । ୩ ପୂର୍ବତନ ବିଧାୟକଙ୍କ ପରଲୋକରେ ଗୃହରେ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରିଥିଲେ ସମସ୍ତ ସଦସ୍ୟ । ଆଉ ଏହାପରେ ଜଗନ୍ନାଥଙ୍କ ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖିବା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଖାସକରି କଂଗ୍ରେସ ସଦସ୍ୟ ଗୃହରେ ହଙ୍ଗାମା କରିବା କାରଣରୁ ଶେଷରେ ଦିନ ୧୨.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।