କନକ ବ୍ୟୁରୋ : ବିଧାନସଭାରେ ବେଦାନ୍ତ ଜମି ତାତି । ୩୦ ମିନିଟ୍ ଯାଏଁ ଗୃହ ମୁଲତବି । ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବା ପରେ ଶୂନ୍ୟକାଳରେ ଉଠିଛି ବେଦାନ୍ତ ଜମି ହସ୍ତାନ୍ତର ପ୍ରସଙ୍ଗ । ବେଦାନ୍ତ ନେଇଥିବା ଜମି ରାଜ୍ୟ ସରକାର ତୁରନ୍ତ ଫେରାଇ ଆଣନ୍ତୁ ବୋଲି ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବେଦାନ୍ତ ନେଇଥିବା ଜମିକୁ ଫେରସ୍ତ ପାଇଁ ସୁପ୍ରିମକୋର୍ଟ ରାୟ ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସରକାର କାହିଁକି ପାଳନ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ନରସିଂହ । ଏପରିକି ସୁପ୍ରିମକୋର୍ଟଙ୍କ ରାୟ ପାଳନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରିଥିଲେ ନରସିଂହ । ବାଚସ୍ପତି ନିର୍ଦ୍ଦେଶ ନ ଦେବା ଯାଏଁ ଗୃହର ମଧ୍ୟଭାଗରେ ଧାରଣାରେ ବସି ରହିବାକୁ କହିଥିଲେ ନରସିଂହ ।
ଅନ୍ୟପଟେ ଏ ପ୍ରସଙ୍ଗରେ ଅନୁଧ୍ୟାନ କରିବା ପରେ କୌଣସି ନିଷ୍ପତ୍ତି ନେବାକୁ ବାଚସ୍ପତି କହିଥିଲେ । କେତେ ଦିନ ମଧ୍ୟରେ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବେ ବୋଲି ବାଚସ୍ପତିଙ୍କୁ ପଚାରିବା ସହ ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ । ଫଳରେ ଗୃହକୁ ୩୦ ମିନିଟ୍ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/23-6.jpg)