କନକ ବ୍ୟୁରୋ : ହଙ୍ଗାମା ପରେ ଗୃହ ମୁଲତବି । ଆଜି ବିଧାନସଭା ଆରମ୍ଭରୁ ଗୃହରେ ହଙ୍ଗମା କରିଛନ୍ତି ବିରୋଧୀ । ଉଭୟ ବିଜେପି-କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ୧୧.୩୦ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।
ଦୁଇ ଦିନର ବିରତି ପରେ ଆଜି ବିଧାନସଭା ଆରମ୍ଭ ହୋଇଥିଲା । ତେବେ ଗୃହ ସ୍ୱାଭାବିକ ଭାବେ ଚାଲିବା ପୂର୍ବରୁ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଚାଲି ଆସିଥିଲେ ବିରୋଧୀ । ଖାସକରି କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ପୋଡିୟମ ନିକଟରେ ପହଞ୍ଚି ହଟ୍ଟଗୋଳ କରିଥିଲେ । ମଣ୍ଡିରେ ଅବ୍ୟବସ୍ଥା ଓ ଧାନ କିଣା ସମସ୍ୟାକୁ ନେଇ ବିଧାୟକ ହଟ୍ଟଗୋଳ କରିଥିଲେ । ତେଣୁ ଗୃହକୁ ଦିନ ୧୧.୩୦ ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/Assembly.jpg)