କୋଇଡା ବିଡ଼ିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗୃହରେ ହୋ-ହଲ୍ଲା । ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କଲେ ବାଚସ୍ପତି ।
କନକ ବ୍ୟୁରୋ : କୋଇଡ଼ା ବିଡ଼ିଓ ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଗୃହରେ ହୋ-ହଲ୍ଲା । ପ୍ରଶ୍ନକାଳ ଆରମ୍ଭରୁ ନିଜ ଆସନ ଛାଡି ଗୃହ ମଧ୍ୟରେ ପ୍ରତିବାଦ କରିଥିଲେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା । କୋଇଡା ବ୍ଲକ ବିଡ଼ିଓଙ୍କ ବଦଳି କଥା ଦାବି ପୁଣି ଉଠାଇଥିଲେ ।
ଗୃହରେ ଲକ୍ଷ୍ମଣ ମୁଣ୍ଡାଙ୍କୁ ସମର୍ଥନ କରି ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟଗୋଳ । ଦୀର୍ଘ ତିନି ଦିନ ଧରି ଏହି ପ୍ରସଙ୍ଗ ଲକ୍ଷ୍ମଣ ମୁଣ୍ଡା ଉଠାଉଥିବା ବେଳେ ସରକାର କୌଣସି ପଦକ୍ଷେପ ନ ନେଇଥିବାରୁ ଗୃହରେ ଅସନ୍ତୋଷ ପ୍ରକାଶ କରି ଗୃହ ମଧ୍ୟରେ ନାରବାଜି ।
ତୁରନ୍ତ ବିଡ଼ିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିରୋଧୀ କଂଗ୍ରେସ ଓ ବିଜେପି ଦାବି କରିବା ସହ ହୋ-ହଲ୍ଲା କରିଥିଲେ । ଫଳରେ ଗୃହକାର୍ଯ୍ୟ ଠିକରେ ଚାଲିପାରିନଥିଲା । ଯେଉଁଥିପାଇଁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି ।